STORYMIRROR

Anita Dash

Romance Tragedy Others

3  

Anita Dash

Romance Tragedy Others

ଚେତନାର ଅଭ୍ୟୁଦୟ

ଚେତନାର ଅଭ୍ୟୁଦୟ

1 min
263


ସେନେହ ମମତା ବନ୍ଧନଟି ନୁହେଁ

ବାଦଲ ଫଟାର ଧାର,

ଅଚାନକ ଅସୁମାରୀ ବର୍ଷିଯାଇ

ଚାଲିଯିବ ବହୁଦୂର ।


ଅବିଶ୍ରାନ୍ତ ଶେଜେ ସମୟ ରହିତ

ସରୁ ଝରଣାର ଧାର,

କର୍କଶ ବନ୍ଧୁର ପ୍ରସ୍ତରକୁ ଭେଦି

ଝରୁଥାଏ ନିରନ୍ତର।


ଯେଉଁ ଓଠେ ଦିନେ ଭରି ରହିଥିଲା

ସାନ୍ତ୍ୱନା, ଶ୍ରଦ୍ଧା, ବିଶ୍ୱାସ,

ଜୀବନ ରଙ୍ଗୀନ ସ୍ୱପ୍ନରେ ଭିଜେଇ

ଦେଇଥିଲା ଜୀବନ୍ୟାସ।


ସତର୍କତା ସନ୍ତର୍ପଣରେ ଦେଖିଲି

କୁଶଳୀ ସେ ଓଠ ତଳ ,

ମିଥ୍ୟା ଆଉ ପ୍ରତାରଣାର ଝଲକ

ମେଂଚା ମେଂଚା ଛଳ ଛଳ ।


ହାସ୍ୟାସ୍ପଦ ସମ ସବୁ ଅତ୍ମୀୟତା

ସବୁ ବାହାସ୍ପଟ ଗିର ,

ଶ୍ରେଷ୍ଠ ଅଭିନେତା ଅଭିନୟ ସାରି

ଚାଲିଗଲ କରି ପର !


ବାଟ ତୁମ ଆଉ ନିରେଖିବି ନାହିଁ

ଜୀବନଟା କର୍ମମୟ ,

ସରଳ ନିଷ୍ପାପ ନିଷ୍କପଟ ହୃଦେ

ଚେତନାର ଅଭ୍ୟୁଦୟ ।


ବାସନାର ଅସ୍ତ୍ର କାଟି ପାରିଚିକି

ମମତା ବନ୍ଧନ ଡୋର,

ବୟସର ସଞ୍ଜ ପାଖେଇ ଆସିଲେ

ବୁଝିବୁ କେ ଆପଣାର ।


ଥକି ମୁଁ ପଡିନି ହତାଶ ହୋଇନି

ନେତ୍ରୁ ଢ଼ାଳୁନାହିଁ ନୀର,

ଏକାକୀ ଉଡିବି ଜୀବନ ଜୀଇଁବି

ଝଡ଼ିଯିବା ଯାଏଁ ପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance