STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଚେତାଶୂନ୍ୟତା

ଚେତାଶୂନ୍ୟତା

1 min
354

ଚିନ୍ତା ଚିନ୍ତା ପୁଣି ଟିକେ ଆତ୍ମଚେତନା

ଆଉ ତା' ପରେ ଟିକେ ମୂର୍ଖତା

ଜ୍ଞାନ ତ ସ୍ପର୍ଶ ହିଁ କରୁନି ଏ ମନକୁ

ବିବେକ ମଉନ ରହି ମାନ ମଧ୍ଯ କରୁଛି

ହସୁଛି-କାନ୍ଦୁଛି ଅବଶ୍ୟ ଏକାକୀ ସେ

ଭିଡ଼ରେ ହସିଲେ ପାଗଳର ଆଖ୍ୟା

ପ୍ରକାଶେ କାନ୍ଦିଲେ ଦୁର୍ବଳର ଆଖ୍ୟା ।


ଏଠି ସବୁ ମଣିଷ ଜଣେ ଜଣେ ଚିକିତ୍ସକ

ଏଠି ସମସ୍ତେ ସାଜିଲେଣି ପରୀକ୍ଷକ

ରକ୍ଷକ ଶୋଉଛି ଅବା ବେଳେବେଳେ ଭକ୍ଷକ

ଦେବାରେ ସଭିଏଁ ଶିକ୍ଷକ ଦେବାକୁ ଶିକ୍ଷା ।


ନେବାରେ ଛାତ୍ର ହେଲେବେଳେ ଛାତିଫାଟେ

ଅନେକ ଗୁରୁ ସମାଜେ ଅନେକ ଶିଷ୍ଯ ଶିଷ୍ଯା

ଭିକ୍ଷା ମାଗିବାଟା ଛୋଟ ନୁହେଁ ଆଉ ଏଠି

କେତେ ଧର୍ମ ଏଠି କେତେ ଦୀକ୍ଷା କେତେ ପ୍ରତୀକ୍ଷା ।


ଭଲମନ୍ଦ ର ଦୁନିଆ ମାୟାରେ ସର୍ବେ କିମିଆ

ବୁଦ୍ଧି ହଜିଯାଏ ହେଜିବା ପୂର୍ବରୁ ଟିକେ ଢିଲା ହେଲେ

ଅଚେତ ହେବାରେ ଜୀବନର ମଜା ସବୁ କହିଲେଣି

ଦୁଃଖରେ ଅଛୁ କି ଧନ ତୁ ନାଲିପାଣି ଟିକେ ନେଲୁନି

ନିଜେ ହିଁ ନିଜର ନିଅ ଥରେ ପରୀକ୍ଷା କର ସମୀକ୍ଷା ।


ଚେତାଶୂନ୍ୟତାରେ ଜୀବନ ସୁନ୍ଦର ମରଣ ସୁନ୍ଦର

ଜ୍ଞାନ ନାହିଁ ଏମିତି ଲେଖୁଛି ତୁମେ ଜ୍ଞାନ ଲଗାଇ ପଢିବ

ବେଳେବେଳେ ବ୍ୟଙ୍ଗ ମାଧ୍ୟମରେ ଟିକେ ହସିବରେ

ଚୁପ୍ ରହିଲେ ମୁକ ସଜାଇଦେବ ଦୁନିଆ ଜଗତ

ଗାଉଥିବ ଗୁଣ ଅବା ଦୋଷ ଓ ଧୋଉଥିବ ନିତି ଅଖା ।


ନିସ୍ତେଜ, ମୂର୍ଛା ମିଳନ୍ତା କି ଦେହକୁ ଟିକିଏ କିଛି କ୍ଷଣପାଇଁ

ନିଶ୍ୱାସ କଲାଣି ବିରକ୍ତ ଚିନ୍ତା କରୁଛି ଦାହନ ବିନା ନିଆଁ ରେ

ହଜିଯାଆନ୍ତିନି କେବେ ନିଜଭିତରେ ବୁଝନ୍ତି ମରଣ ରୂପ

ଭକତି ନାହିଁ ଏ ମନେ ଦିଏନି ମନ୍ଦିରେ ନୈବେଦ୍ଯ ଦୀପ ଓ ଧୂପ

ସମୟ କରୁଛି ନାଟକ ଲେଖୁଛି ଚିତ୍ରନାଟ୍ୟ ସଂଳାପ ନେବ ପରୀକ୍ଷା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract