STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

ଚେତାବନୀ ଅନ୍ତରାତ୍ମା ର

ଚେତାବନୀ ଅନ୍ତରାତ୍ମା ର

1 min
384


ଆଖି ଯାଏ ଯେତେ ଦୂର, ମରୁବାଲି

ଦିଶୁଥାଏ ସବୁ ଧୂମମୟ,

କୁହେଳିକା ପ୍ରହେଳିକା ଛଳନାରେ

ଅତି ଆପଣାର ପ୍ରିୟ।


ମିଠାମିଠା ଭାସିଆସେ ଶ୍ରୀମୁଖରୁ

ସତେ ଅବା ରକ୍ତଠୁ ଆପଣା,

ଅନ୍ତରାଳେ ଲୁଚିଥାଏ କେତେ ଅଭିନୟ

ବିଷଭାଣ୍ଡ ନ ଥାଏ ତ ଜଣା।


ସ୍ଵାର୍ଥ ପୁଣି ବଳବତ୍ତ ଦିଶେ ନାହିଁ

ଲୁପ୍ତପ୍ରାୟ ଯେ ପ୍ରକୃତି,

ସାଥି ପୁଣି ହାନିଲାଭେ ଖାଏ ପିଏ

ଦେଖ କି ବିଚିତ୍ର ନୀତି।


ଜନ୍ମ ମୃତ୍ୟୁ ଦିବାରାତ୍ର ପରି ସ୍ଵଚ୍ଛ

ଆସିଲେ ଯିବ ବି ନିଶ୍ଚିତ,

ସ୍ଵାର୍ଥ ପ୍ରତାରଣା ଛଳନାର କାହିଁ

ନାହିଁ ଆଦି କିବା ଅନ୍ତ।

ମୁଖେ ବୋଳି ନାନା ରଙ୍ଗ ନାନା ରୂପେ

ଚିତ୍ରିତ ହେ କଳାକାର,

ବୟସର ଅପରାହ୍ନେ ହେଜ ହୃଦେ

ଅଭିନୟ କେତେ କର ବାରମ୍ବାର।

ସୁପଥେ ଯଦି ଅଭିନୟ ମଙ୍ଗଳ 

ଆନର ଅବଶ୍ୟ,

ଦୁର୍ନାମ ପାଇବ କଳାକାର ତୁମେ

କୁପଥରେ କଲେ ବାସ।

ନିର୍ଣ୍ଣୟ ତୁମର,

ଅନ୍ତରାତ୍ମା ଚେତାବନୀ ଦିଏ ବାରବାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy