STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଚେଷ୍ଟା

ଚେଷ୍ଟା

1 min
170

ଅସଫଳ ହେଲେ ଭାଙ୍ଗି ପଡନାହିଁ

ଲକ୍ଷ ସଦା ରଖ ସ୍ଥିର

ଚେଷ୍ଟା କର ସଦା ସଫଳତା ପାଇଁ

ଦୃଢଚିତ ଭରସାର ।


ବାରମ୍ବାର ଯଦି ଚେଷ୍ଟା କରିବ

ସଫଳ ନିଶ୍ଚୟ ହେବ

ଯେତେବିକଠିନ କାମ ହୋଇଥାଉ

ଚେଷ୍ଟାକଲେ ସଫଳ ହେବ ।


କଠିନ କିଛିବି ନାହିଁ ଅଭିଧାନେ

ସବୁ ଚାବି ଆମ ହାତେ

ହାରିଯିବା ନାହିଁ ଜୀବନରେ କେବେ

ପଥ କଠିନ ହେଉବି ଯେତେ ।


ଟ୍ରାଏ ଏଗେନ ଟ୍ରାଏ ଏଗେନ

ଜୀବନର ମନ୍ନ କରିବା

ଯିତିବା ଆଗରୁ ହାରିଯିବା ନାହିଁ

ଧୈର୍ଯ୍ୟ ସହକାରେ ଲଢିବା ।


ସୀପାହିଟି ଯଦି ଶତ୍ରୁଙ୍କୁ ଦେଖି

କରିଦେବ ଅସ୍ତ୍ର ତ୍ୟାଗ

ଆଗକୁ କେବେ ସେ ବଢି ପାରିବକି

ଚାଖିବ ବିଜୟ ସ୍ୱାଦ ।


ତଳେ ଛିଡା ହୋଇ ଶୃଙ୍ଗର ଉଚ୍ଚତା

କରଯଦି ଅନୁମାନ

ସଫଳ ହେବନି ଜୀବନରେ କେବେ

ଚଢି ପାରିବନି ଉଚ୍ଚ ସୋପାନ ।


ସେଥିପାଇଁ ଖାଲି ଚେଷ୍ଟା କରିଚାଲ

ଲକ୍ଷ୍ୟ ପଥ ରଖି ସ୍ଥିର

ଶିଖର ଦେଶରେ ପହଞ୍ଚି ପାରିବ

ଭରସା ରଖିଲେ ନିଜ ଉପର ।



Rate this content
Log in

Similar oriya poem from Abstract