Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Tragedy

4  

Satyanarayan Sahoo

Tragedy

ଚାଷୀ ଭାଇର ଦୁଃଖ

ଚାଷୀ ଭାଇର ଦୁଃଖ

2 mins
266


ଚାଷୀ ଭାଇଟିଏ ଯାଇ ବିଲକୁ ସଅଳ

ଆନନ୍ଦରେ ଗୀତ ଗାଇ କରୁଥାଏ ହଳ ।


ସହସା ଘୋଟି ଗଗନେ ଅନ୍ଧାର ଆଛନ୍ନ

କରି ବରଷାର ଧାରା ସହିତ ପବନ ।


କରିଣ ପ୍ରଖର ଗତି ହେଲା ତୀବ୍ର ବୃଷ୍ଟି

ଚଉଦିଗ ଅନ୍ଧାରରେ ନଦିଶିଲା କିଛି ।


ତୁହାକୁ ତୁହା ପବନ ସହିତରେ ଝଡି

ମାଡି ଆସି ଚାହୁଁ ଚାହୁଁ ଗଲା ବେଗ ବଢି ।


ବିଲ ହୁଡାରେ ବଳଦ ଲଙ୍ଗଳକୁ ବାନ୍ଧି

ଜୁଆଳିକୁ ଥୋଇ ଛତା ଧରି ହେଲା ଧନ୍ଦି ।


ବାଲି ଧୂଳି ଝଡୁ ରକ୍ଷା ପାଇବା ପାଇଁକି

ଉଚ୍ଚା ଜାଗା ଠାକୁ ଗଲା ବେଗେ ସେ ଧାଇଁ କି |


ସାଇଁ ସାଇଁ ପବନରେ ଉଡି ଯାଏ ଛତା

ଗୋଟା ପଣେ ସାରା ଦେହ ହୋଇଲାଣି ଓଦା ।


ଘୋଅ ଘୋଅ ବାତିଆର ସୁଉ ସୁଉ ରବ

ମୁଷଳ ଧାରାରେ ମେଘ କୁଟେ ଟବ ଟବ ।


ବହି ଆସେ ବେଗେ ବେଗେ ହେମାଳ ପବନ

ଶୀତ ହେତୁ ଦେହ କମ୍ଫି ଯାଏ ଘନ ଘନ

ଭିଜିବାରୁ ଓଜନିଆ ଅଙ୍ଗର ବସନ । 


ଚିକିମିକି ସୁଚମକେ ମାରଇ ବିଜୁଳି

ଘନଘନ ଏଣେ ତେଣେ ପଡେ ଘଡଘଡି ।


ଚାଇଁଚାଇଁ ଝଲକରେ ଘୁରିଯାଏ ମଥା

କେଡେ ଦୁଃଖମୟ ଆହା ! ତାହାର ଅବସ୍ଥା ।


ଭାବୁଥାଏ ସଙ୍ଗେ ସଙ୍ଗେ ଯିବ ମେଘ ଛାଡି

ଦୁଇ ଘଣ୍ଟା ବିତିଲାଣି ଚାଲିଛି ତ ବଢି ।


ମେଘ ବର୍ଷା ସାଥେ ଆହା ! କେତେ ଲଢି ଲଢି  

ବିତାଇବ ବେଳା ଅବା ! ଫେରିବ କିପରି ।


ଭାଳି କେତେ କଥା ମନ ହୁଅଇ ଉଚ୍ଛନ୍ନ

ନାନା ଭୟେ ମନ ହେଉ ଥାଏ ଛନଛନ ।


ଅଚାନକ ଆକାଶ ଯେ ଦିଶିଲା ଫରଚା

କ୍ରମେ ଧୀରେ କମି କମି ଆସିଲା ବରଷା ।


ଚାହୁଁ ଚାହୁଁ ଚଉ ଦିଗ ଦିଶିଲା ଉଜ୍ଜ୍ୱଳ

ନିମିଷକେ ଖରାପଡି ଶୁଖିଲାଣି ଜଳ ।


ବାହାରିଲା ନବ ଆଶା ଆଶ୍ୱାସନା ଲଭି

ଭାଳୁଥାଏ ଏବେ ପୁଣି ବିଲ ମୁଁ ଚଷିବି ।


କେତେ କଥା ଭାଳୁ ଥାଏ ଅନ୍ତରେ ଗୋପନେ

ଅକସ୍ମାନେ ଭାବାନ୍ତର ଘଟିଲା ତା ପ୍ରାଣେ ।


ଆନନ୍ଦ ଆବେଗେ ତା'ର ପଡି ଗଲା ଭଟ୍ଟା

ଦୁର୍ଘଟଣା ଦେଖି ପ୍ରାଣ ହେଲା ହଟହଟା ।


ଦେଖିବା ବେଳକୁ ଯାଇ ବଳଦଙ୍କ ପାଖ

ହତ ହୋଇ ସାରି ଥିଲେ ହୋଇ ବଜ୍ରପାତ ।


କାକୁସ୍ତ ପରାଣେ କୋହେ ଆହତ ହୃଦୟେ

କି ! କରିବି ବୋଲି ଭାଳେ ! ଦୁଃଖ ଦୁର୍ବିସହେ ।


ବାସ୍ତବେ ତ' ମୁହିଁ ଅଟେ ଅତ୍ୟନ୍ତ ଦରିଦ୍ର

ଦାରିଦ୍ର୍ୟର କଷାଘାତେ ପୀଡିତ ଅତନ୍ଦ୍ର ।


ତା' ଉପରେ ଆଜି ପୁଣି ଏପରି ଦୁର୍ଦ୍ଦଶା

କି ! ହେବ ମୋହର ଏବେ ଭବିଷ୍ୟ ଅବସ୍ଥା ।


କା ନିକଟେ ବଖାଣିବି କିଏବା ଶୁଣିବ

ଭାଳି ହୁଏ କେତେ କଥା ଆହାରେ  ଦଇବ !!!


କି ! ଦୁର୍ଦ୍ଦିନେ ଆଣି ମୋତେ କଲୁ ଉପନୀତ

ମୋତେ ନ ମାରି କି କିପାଁ ୟାଙ୍କୁ କଲୁ ହତ ??


ଏ ଦୁର୍ଦ୍ଦିନେ କିଏ ମୋର ହୋଇବ ସହାୟ

ଋଣ ଭାରେ ପ୍ରପୀଡିତ ମୁହିଁ ଅତିଶୟ ।


କାହା ପାଖେ ମୁଁ ଗୁହାରୀ କରିବି ବା କହ

ପୁଣି ଆଜି ଅଚାନକ ଏ ଦଣ୍ତ ଦୁର୍ବହ ।


ଦଇବର ଅତ୍ୟାଚାର ପ୍ରକୃତିର କୋପେ

ଜୀଇଁବେ କିପରି ମୋର ପରିବାର ଲୋକେ ।


କାହିଁ ବା କଅଣ ବିକି ଭାଙ୍ଗି ପକାଇବି

ଅବା ଏବେ ଠାରୁ କିବା ଚାଷ ମୁଁ ଛାଡିବି ।


ଭାଳି ଭାଳି ବାହୁନେ ସେ ବସି ସେହି ଠାବେ

ଆହା ! କେତେ ଦୁଃଖ ମୁଁହି ମୁଣ୍ଡାଇ ବି। ଏବେ ।


ପ୍ରଚଣ୍ତ ମଧ୍ୟାହ୍ନେ ଚଣ୍ତ ରଶ୍ମି ପ୍ରତାପରେ

କ୍ରମେ କ୍ରମେ ମୁଣ୍ତ ତାର ବୁଲାଇଲା ଖରେ ।


ତା' ପର ର କଥା ଆଉ କହି ନ ଯୋଗାଇ

ଧନ ଧାନ୍ୟ ହୀନ ଦୁଃଖୀ ସେହି ଚାଷୀ ଭାଇ ।



Rate this content
Log in

Similar oriya poem from Tragedy