ଚାରୋଟି କବିତା
ଚାରୋଟି କବିତା
-ଭଗ୍ନାଂଶ-
ମିଶାଣ ଫେଡା଼ଣ ଗୁଣନ ହରଣ
ଯେବେ ଶିଖିଗଲି ମୁହିଁ
ବାପା ଶିଖାଇଲେ ଭଗ୍ନାଂଶ ବସାଇ
ଲବହର ପାଠଥୋଇ
ପରିମେୟ ସଂଖ୍ଯା ଏଇ
ପ୍ରକୃତ ହେଉ କି ଅପ୍ରକୃତ ପୁଅ
ନ ଶିଖିଲେ ହେବ କାହିଁ?
-ଶୀତଋତୁ-
ଶୀତଋତୁ ଯେବେ ଓହ୍ଲାଇ ଆସିଲା
ମରତର ପୃଷ୍ଠେ ଦେଖ
କୃଷକର ମନ ଉଚ୍ଛନ ହୋଇଲା
ନ ହୋଇ କେବେ ବିମୁଖ
କ୍ଷେତରେ ପରିବା ସୁଖ
ଧାନକୁ ଖଳାକୁ ପରିବା ହାଟକୁ
ବୋହିକି ଭୁଲିଛି ଦୁଃଖ।
&nbs
p; -କୃଷକର ଖଳା-
ଖଳାକୁ ଭାବିକି ଲକ୍ଷ୍ମୀଙ୍କର ଘର
ଭକ୍ତି ଓ ନିଷ୍ଠାର ସହ
ଶୌଚ୍ଚତା ମନରେ ଅର୍ଘ୍ଯ ଢାଳୁଅଛି
ଭକ୍ତିର ଭାବନା ସହ
ଯିଏ କହୁ ରହରହ
ନିଜେ ଖାଇକରି ଏ ସାରା ବିଶ୍ବକୁ
ଯୋଗାଉଛି ନୁହେଁ କୁହ?
-ସ୍କୁଲପିଲା-
ଯିବି ନାହିଁ ବାପା ଆଜି ବିଦ୍ଯାଳୟ
ଶୀତଟା ବହୁତ ହେଉଛି
ବାପା କଅଁଳେଇ କହିଲେ ପୁଅରେ
ମାଡ଼ କି ପିଠିରେ ବାଜିଛି
ବାଆଁରେଇ କିଆଁ କହୁଛି
ପେଖନା ନ କରି ବାହାରି ପଡି଼ଲା
ଲୁହ ଝରଝର ଝରୁଛି।