Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

3  

Panchanan Jena

Fantasy

ଚାରିବିନ୍ଦୁ

ଚାରିବିନ୍ଦୁ

1 min
6



ମାଆର ମମତାମୟୀ କୋଳ

ଭଉଣୀର ସ୍ନେହମୟୀ ରାଖିମେଳ

ଝିଅର ଖିଲିଖିଲି ସୁନାହସ

ପତ୍ନୀର ଅସରନ୍ତି ପ୍ରେମରସ

ଜୀବନର ଚାରିଧାମ ଆରମ୍ଭରୁ ଶେଷ


ବାପାଙ୍କ କାନ୍ଧ ଟାଣୁଆ

ଭାଇ ପିଠିରେ ଘୋଡ଼ା ସାଙ୍ଗିଆ

ଜେଜେଙ୍କ ସାଇକେଲ ଗଦି ସିଟ୍

ପୁଅ ପଛରେ ବାଇକରେ ଛାତି ହିଟ୍

ଜୀବନର ଚାରିକ୍ଷେତ୍ର ପ୍ରାରମ୍ଭରୁ ସୁପରହିଟ୍


ପ୍ରଥମ ପ୍ରେମର ପ୍ରଥମ ଚିଟାଉ

ପ୍ରଥମ ସାଇକେଲ ଚଢ଼ାବେଳେ

ଖଣ୍ଡିଆ ଚିହ୍ନ ଜଳେ ଦାଉ ଦାଉ

ପ୍ରଥମ ପୁରସ୍କାର ସ୍ଵାଧୀନତା ଦିବସେ

ଶ୍ରେଣୀରେ ପ୍ରଥମସ୍ଥାନ କରତାଳି ସହର୍ଷେ

ଜୀବନର ଚାରିବିନ୍ଦୁ ଆଜି ବି ମୁରୁକି ହସେ 


ଚାରି ଜଣରେ ଛୋଟ ପରିବାର

ଚାରି କାନ୍ଧରେ ବୁହା ହେବି ମୁର୍ଦ୍ଦାର

ଚାରି ଜଣରେ ହେବି କି ଗଣା ମଣା

ଚାରିଦିନିଆ ଆୟୁଷ ପାଇଁ ଏତେ ମାର୍ଜଣା

ଜୀବନର ଚତୁଃସତ୍ୟ ମଣେ ଅଜଣା ଅଗଣା ।


Rate this content
Log in

Similar oriya poem from Fantasy