ପଦ୍ମ
ପଦ୍ମ
ତରଳ ସୁନୀଳ ସରସୀଜଳ ।
ସବୁଜିମା ଭରା ନଳିନୀ ଦଳ ।।
ଦିବାକରଙ୍କର ରଶ୍ମୀ ଉଜ୍ଜଳ ।
ମନ୍ଦ ବହେ ସୁଶୀତଳ ସମୀର ।।
ତହୁଁ ଢଳଢଳ ତୁ ଯେ କମଳ ।
ଏ ମର୍ତ୍ତ୍ୟ ଭୁବନେ କାହିଁ ତୋ ତୁଲ ।।
ମାଟି, ମହାକାଶ କରାଉ ଯୋଗ ।
ଦେବାଦେବୀଗଣ ତୋହର ଭୋଗ୍ୟ ।।
ଦର୍ଶନେ ସନ୍ତୋଷ ହୁଅଇ ପ୍ରାଣ ।
ପଙ୍କରେ ଥାଇବି ଶୁଦ୍ଧ ତୋ ମାନ ।।
ମଧୁମୟ କରୁ ଏହି ସୃଷ୍ଟିକୁ ।
ସଭିଏଁ ହରଷ ଦେଖି ରୂପକୁ ।।
କୋଟି ଲାବନ୍ୟର ଅଟୁ ପ୍ରତୀକ ।
ମାନସ ପଟରେ ସତେ ବିବେକ ।।
କେତେ ଜତନରେ ଗଢିଛି ବିହି ।
ଜାଣିଥିବେ ନିଶ୍ଚେ ସେ ଭାବଗ୍ରାହୀ ।।
ତେଣୁକରି ତାଙ୍କ କରରେ ଶୋଭୁ ।
କବିର ମନରେ ଉପମା ଫଲଗୁ ।।
ତତ୍ତ୍ୱ ନିଗୁଢ଼ରେ ତମୋଘ୍ନ ଜ୍ଞାନ ।
ଉଜ୍ଜୀବିତ ସଦା କ୍ଷଣେ ଦର୍ଶନ ।।