Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

ଚାଲୁଥିଲେ ସିଏ ଏକା ଏକା

ଚାଲୁଥିଲେ ସିଏ ଏକା ଏକା

1 min
324


ନାରୀଟିଏ ଏଠି

ଏକା ଏକା ଚାଲିପାରେ

ପ୍ରମାଣ ଦେଲ ତୁମେ

ଗାଁ ମୂଲକର ଝିଅଟିଏ ହୋଇ

ହାରିନ ଜୀବନ ଯୁଦ୍ଧେ ।


ପାହାଚ ପରେ ପାହାଚ ଚଢିଲ

ଲକ୍ଷ ତୁମ ରଖି ସ୍ଥିର

ଦୁଃଖ ସୁଖର ଏ ସଂସାର ହାଟରେ

ନିଜକୁ କଲ ନିଜଠୁ ଦୂର

ଯୁଗେ ଯୁଗେ ଏଠି ପ୍ରମାଣ ହୋଇଛି

ନାରୀଟିଏ ସର୍ବସଂହା

ତଥାପି ତାହାକୁ କହନ୍ତି ଅବଳା

ଭାଙ୍ଗନ୍ତି ତା'ଧର୍ଯ୍ୟର ସୀମା ।


ଆଜି ପୁଣି ଫେରିଛି

ସେ ଶୁଭ ଲଗନ

ହେ ବୀର ରମଣୀ

ଅଳଂକୃତ କଲ ତୁମେ

ଦେଶର ସର୍ବୋଚ୍ଚ ଆସନ

ଏ ନାରୀ ସମାଜ ପାଇଁ

ସୃଷ୍ଟି କଲ ତୁମେ

ଏକା ଏକା ଚାଲିବାର ଶ୍ରେଷ୍ଠ ଉଦାହରଣ ।


ନିଷ୍ଠାର ସହିତ ଏକା ଏକା ଚାଲି

ସଫଳ ଶିଖର ଛୁଇଁଛ

ସେବିକାରୁ ତୁମେ ରାଷ୍ଟ୍ର ନାୟିକା

ନିଜ ପରାକାଷ୍ଠା ପାଇଁ ହୋଇଛ

ଇତିହାସ ପୃଷ୍ଠା କରିଲ ମଣ୍ଡନ

ହେ ମହାନ ମହିୟସୀ

ମଥାନତ କରି ଜଣାଉ ପ୍ରଣାମ

ଆମେ ଏ ଉତ୍କଳ ବାସୀ ।



Rate this content
Log in

Similar oriya poem from Abstract