ଚାଲ ଯିବା ବଜାରେ
ଚାଲ ଯିବା ବଜାରେ
ଭଳି ଭଳି କେତେ ରାକ୍ଷୀ
ନାନା ପ୍ରକାରରେ
ଦେଖି ଯିବା ଚାଲ ଆଲୋ
ବିକ୍ରି ହେଉଛି ବଜାରେ ।
ବାନ୍ଧିଥିବା ଭାଇର ହାତରେ ନେଇ ଲୋ
ଆଜି ଗହ୍ମା ପୂର୍ଣ୍ଣୀମାରେ ।
କେତେ କେତେ ଖୁସି ମଉଜ ଭିତରେ
ବୁଡି ରହି ଭାବନାରେ ।
ହୁଏ ଛନ ଛନ ନିତି ପ୍ରାଣ ମନ
ଆସିଛି ପୂର୍ଣ୍ଣମୀ ଦିନ
ବେପାରୀମାନେ ଲୋ ବିକୁଛନ୍ତି
ଦେଖି ଚକିତ ହୋଇବ ମନ ।
ନାନା ରଙ୍ଗ ବର୍ଣ୍ଣ ରଞ୍ଜିତ ହୋଇଣ
ରାକ୍ଷୀ ରାଜି ସୁଶୋଭାନ
ଦିଶେ ଝଲ ମଲ ଚିକୀ ମିକୀ ଆଲ
ହରଇ ମନ ନୟନ ।
ବାଛି ବାଛି ତହୁଁ ଆଣିବା କିଣି ଲୋ
ଆଆ ଲୋ ବଉଳ ଆସ
ଚାଲ ଯିବା ବଜାରେ ଦେଖିବା ରାକ୍ଷୀ ଲୋ
ଲାଗଇ ଦିବ୍ୟ ହରଷ ।