STORYMIRROR

Pravatirani Mohanty

Children

4  

Pravatirani Mohanty

Children

ଚାଚା ନେହେରୁ

ଚାଚା ନେହେରୁ

1 min
223


ଚାଚା ନେହେରୁ ଚାଚା ନେହେରୁ

ଆଜି ପଡୁଛ ମନେ

ଆମ ଦେଶର ପ୍ରଧାନମନ୍ତ୍ରୀ

ପ୍ରଥମେ ହେଲ ତୁମେ

ଗାନ୍ଧିଜୀଙ୍କର ସହିତ ମିଶି

ଜେଲ ଗଲ କେତେ

ଜୀବନ  ତୁମ ଉତ୍ସର୍ଗ କଲ

ଦେଶ ଜାତିର ହିତେ

ମୋତିଲାଲଙ୍କ ସୁଯୋଗ୍ୟ ପୁତ୍ର 

ହେବ କେ ତୁମ ପରି

ଚଉଦ ନଭେମ୍ବରକୁ  ଶିଶୁ 

ଦିବସ ଗଲ କରି

ଶିଶୁ ହସିଲେ ଦେଶ ହସିବ

ସେ ଆମ ଭବିଷ୍ୟତ

ଶିଶୁ ଆମର ଅମୁଲ୍ୟ ଦାନ

ଏହି କଥାଟି ସତ

ଗୋଲାପ ଫୁଲ ଗୋଟିଏ ତୁମେ

ପକେଟେ ଦେଲ ଖୋସି

ଶିଶୁଟିଏ ଯେ ଦେଲା ତୁମକୁ

ରଖିଲ ହୋଇ ଖୁସି

ଦେଖିବ ଆସ ଆଜି ଦିନରେ

ଚାଚା ନେହେରୁ ତୁମେ

କେତେ ଯେ ଶିଶୁ ନରକେ ଆଜି

ପଡନ୍ତି ହୀନିମାନେ

ଭୋଗନ୍ତି କେତେ କଷଣ କାହିଁ

ହିସାବ ତାର ନାହିଁ

ସଜାଡି ଦିଅ ଶିଶୁ ରାଇଜ

ଶୁଭ ଦୃଷ୍ଟିରେ ଚାହିଁ ।।


Rate this content
Log in

Similar oriya poem from Children