Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Abstract

4  

Budhadeba Nayak

Abstract

ଚା, ଶୀତ ଆଉ ମୁଁ...

ଚା, ଶୀତ ଆଉ ମୁଁ...

1 min
305


ଶୀତୁଆ ସକାଳ ପହିଲି କିରଣେ

           ଶୀତକୁ ଗରମ ଚାହା

ଥରୁଥାଏ ଓଠ ଯାଏନା ମୁଁ ତୁଠ

          କୁହୁଡ଼ି ଛାଡ଼େନା ରାହା |

ମୁଁ ବସିଥାଏ ମୋ ନିଜ ପ୍ରାଙ୍ଗଣେ

          ଲାଗିଥାଏ ଆଗେ ନିଆଁ

ଅଗ୍ନି ସ୍ପର୍ଶେ ଆସି ଫେରି ଯିବା ପାଇଁ 

          ମନକୁ ବୁଝେଇ ହୁଏନା |

ଶୀତ ସାଥେ ସାଥେ ସକାଳ ଗରମ 

          ଚାହା ପାଇଁ ଲାଗେ ଶୋଷ 

ଖୋଜୁଥାଏ ଓଠ ପାଇବାକୁ ଟିକେ

          ଚାହା କୋପର ସ୍ପର୍ଶ  |

ଆମ ପ୍ରାଙ୍ଗଣରେ ପ୍ରାତଃ ସକାଳରେ

          ଲାଗିଥାଏ ଆମ ଖଟି

ଖଟିରେ ମୁଁ ଥାଏ ମୋ ସାଥିରେ ଶୀତ

          ତା ' ସାଥେ ଚାହା କୋପଟି |



Rate this content
Log in

Similar oriya poem from Abstract