STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

2  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ବୟସର ଅପରାହ୍ନ

ବୟସର ଅପରାହ୍ନ

1 min
483

ସ୍ୱଳ୍ପ ସମୟର ଅବଧି ନେଇ

ଆସିଥିଲି ଧରାକୁ,

ଆଲୋକିତ ପୃଥିବୀ,

ସବୁଜିମା ଭରା ତା' ଛାତି,

କଳକଳ ମୁଖରିତ ଝରଣା,

ସବୁ ଲାଗୁଥିଲା ଖୁବ ଆପଣାର,

ଭଅଁର, ଫୁଲ ସବୁ ଥିଲେ ମୋର ପରିଚିତ,

ବାଇଚଢ଼େଇ ବସା ଠାରୁ ଆରମ୍ଭ କରି

କୋଇଲିର କୁହୁ ସ୍ୱର ପର୍ଯ୍ୟନ୍ତ

ଲାଗୁଥିଲା ଖୁବ ସୁନ୍ଦର ଆଉ ନିଜର।


ରାତି ଅନ୍ଧାରର ଚିକ୍ ଚିକ୍ ମେଞ୍ଚା ମେଞ୍ଚା ତାରା,

ସ୍ଥାୟୀ ଧ୍ରୁବତାରାକୁ କେନ୍ଦ୍ରିତ କରି

ଘୁର୍ଣ୍ଣୟମାନ ସପ୍ତର୍ଷି ମଣ୍ଡଳ,

ବଉଦ ସହ ଜହ୍ନ ର ଲୁଚକାଳି ଖେଳ

ଆଉ ତା'ର ଝଲକ ତଟିନୀର ଜଳେ,

ଝିଙ୍କାରୀର ଝୀଂ ଝୀଂ ସ୍ୱର,

କରୁଥିଲା ଆତ୍ମ ବିଭୋର।


ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ

ସ୍ରଷ୍ଟା ରଚିଥିବା ସୃଷ୍ଟି,

ସବୁ ଲାଗୁଥିଲା ମୋର ମୋର,

ମୁଁ ବି ଥିଲି ସଭିଙ୍କର।


କ୍ୟାଲେଣ୍ଡର ବଦଳିଲା

ବାରିହୋଇଗଲା ବୟସର ଛାପ,

ସଭିଙ୍କ ପ୍ରିୟର ମଣିଷ,

ଧୀରେ ଧୀରେ ପାଳଟିଯାଏ ଅଲୋଡ଼ା, ଅଚିହ୍ନା,

ମଧୁର କଥାରେ ଆପାୟିତ ହେଉଥିବା କର୍ଣ୍ଣ ବି ଶୁଣିଲା କର୍କଶ କଥା

ନିମିଷକେ ପ୍ରିୟର ମଣିଷଟି ହୋଇଗଲା ଅପ୍ରିୟ,

ଫଳନ୍ତି ଗଛଟି ଯେବେ ଫଳ ଦିଏ

ହୋଇଥାଏ ଆଦରର ପାତ୍ରୀ,

ଫଳ ସରିଗଲେ, ବଳ ଚାଲିଗଲେ

ହୁଏ ଅଫେରା ପଥର ଯାତ୍ରୀ


ବୟସର ଅପରାହ୍ନରେ ପ୍ରଚଣ୍ଡ ରୌଦ୍ରର ଦାଉ

ହୁଏନାହିଁ ସହି,

ଲୋଚା କୋଚା ହୋଇଗଲେ ମୁଖ,

ପଥ ପ୍ରାନ୍ତେ ପଡିଥିବା ପଥର ଭଳି

ହୋଇଯାଏ ଅଲୋଡ଼ା ଅଦରକାରୀ,

ଯିଏ ଦିନେ ଥିଲା ନିଆରା ମଣିଷ,

ସଭିଙ୍କ ଓଠର ହସ

ବୟସର ଛାପ ପଡିଗଲା ପରେ ହୁଏ

ଅଚିହ୍ନା ମଣିଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy