STORYMIRROR

Amita Dash

Abstract Tragedy Inspirational

4  

Amita Dash

Abstract Tragedy Inspirational

ବୁଢ଼ା ବୁଢ଼ୀ ବୟସ ରେ

ବୁଢ଼ା ବୁଢ଼ୀ ବୟସ ରେ

1 min
467

ତୋତେ ଷାଠିଏ କୁ ମୋତେ ଷାଠିଏ

କଳି କରି ମରିଗଲେ ବି 

ଉଠେଇ ବାକୁ କେହି ନାହାନ୍ତି ପାଖରେ।


ସାଂସାରିକ ଝଗଡ଼ା ରେ କିଏ ହାରିଲା

କିଏ ଜିତିଲା 

ହିସାବ କରିବାକୁ ସମୟ ରହିଗଲା, ବହୁ ପଛରେ।


କଳି ଦେହରେ ଲାଗିଥିବା ମଳି

ଝାଡିଝୁଡି ଦେଲେ ଯୋଉ ଗୋରି କୁ ତୁ ସେଇ ଗୋରି।

କଥାରେ ଅଛି ବାଇଗଣ ପୋକ ପୋକ ନୁହଁ

ସ୍ଵାମୀ,ସ୍ତ୍ରୀ କଳି କଳି ନୁହଁ।


ଅଢେ଼ଇ ଦିନିଆ ଏ ମିଛ ମାୟା ର ସଂସାର

ଆଜି ମଲେ କାଲି କୁ ହୋଇଥାଏ ଦୁଇ ଦିନ।


ମନେଅଛି ତୋର

ଗୋଟେ ତକିଆ ରେ କାଟିଚେ ଯୁବା ବୟସ

ତୋର ଯୋଉ ନାକ ଅଗର ରାଗ

କାଳେ ପଳେଇବୁ ତକିଆ ଧରି, ତୋ ଠାକୁର ଘର।


ଘଡ଼ିଏ ଭାବିଲେ ଡର ଲାଗେ

କିଏ ଆଗ ଯିବ କିଏ ପଛକୁ ରହିବ ।


ଆଜି ବି ତୋ ପାକଲା ଚୁଟି ର ସେ ନାଲି ସିନ୍ଦୂର

ମନ କହୁଛି ତୋତେ ସତର ପୁରି ପଶିଚି ଅଠର।


ଚାଲ ଆଜି ପାଳିବା ବିବାହ ବାର୍ଷିକ ଉତ୍ସବ ଆମର

ପିଲାଏ ତ ନାହାନ୍ତି ପାଖର ।


ତୁ ଖାଲି ଟିକେ ହଁ ମାରିଦେଇ ଦେଖେ

ତୋତେ ସଜେଇ ଦେବି ଆଜି ରାଣୀ ପରିକା ମୋର।


ଥୁକୁଲୁ ପକା,କଟି ମିଟା ମୁଁ ପରା ତୋର ବାପୁନି ର ବାପା

ଚାଲ ଆଜି ବଜାର ଯିବା ଚାଟ ଖାଇ ଘେରାଏ ବୁଲି ଆସିବା।

‌ଭେଣ୍ଡା ବୟସରେ ସିନା ବେଶୀ କଳି

ବୁଢ଼ା ବୟସରେ ଛାଡି ଚାଲିଯିବାର ଡର ଭାରି ।


ବେଳୁସୁ ସରିଛି ଆମର କଳି ଝଗଡାରେ

ଅଧା ଦିନ ରୋଷେଇ ବାସ ନାହିଁ

ସମୟ କଟିଛି କାନ୍ଦ ,କଟା, କାନ୍ଥ 

ବାଡ଼କୁ ଦେଖେଇ କହି।


ଏ ଶରୀର ଟା ପରା ରୋଗ ର ଗନ୍ତାଘର

ପାଟି ପଡିଗଲେ କହି ପାରିବାନି କଥା ପଦେ କେହି କାହାର।

କ୍ଷଣ ଭଙ୍ଗୁର ଏ ଜୀବନରେ ଛୋଟ କଥାକୁ ଧରି ଗଣ୍ଠି ନ କର।

ପାରୁଚୁ ଯଦି ପାରିବାରିକ ଜୀବନ ର

ମିଶା ମିଶି ସବୁ ସ୍ମୃତି କୁ ଗଣ୍ଠିଲି କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract