ବତୀ
ବତୀ
ହୃଦୟର ଗଭୀର ପ୍ରକୋଷ୍ଠରେ
ଯଦି କିଛିବି ସାଇତି ରଖିହୁଅନ୍ତା
ହୃଦୟ କାହିଁକି ଭଣ୍ଡାର ଘର ହୋଇ ନଥାନ୍ତା
ହୃଦୟର ହାଲ ହୃଦୟର ହାଲ
ହୃଦୟ ହିଁ ବୁଝେ
ପାଷାଣ କି ବୁଝେ ହୃଦୟର ବେଦନା
ହୃଦୟ ହୀନ ଲାଗେ କଣ୍ଟାବନ ଜୀବନଟା
ଖାଲି ବ୍ୟାକୁଳ ହୋଇ ପଡେ
ହୃଦୟର ସନ୍ଧାନରେ
ହୃଦୟ ମୋର ପ୍ରତିଫଳନ ର
ପ୍ରତିବିମ୍ବ ଏକ
ଭୁଲିନି କିଛିବି, ଜଳୁଛି ବୋଲି
ମହମବତୀ ଭଳି
ଜଳୁଥିବି ନିଃଶେଷ ହେବା ଯାଏ ।