ମା' ଆସିଛି
ମା' ଆସିଛି
ମା' ଆସିଛି, ମା' ଆସିଛି
ମା' ଆସିଛି ଆଜି ମରତେ
ସଭିଏଁ ଆକୁଳେ କରନ୍ତି ଗୁହାରୀ
ଦେଖି ମା'ଙ୍କୁ ଜଗତେ ।
ସୁଖ ନାହିଁ କହାରି ମନେ
କରୋନା ପ୍ରକୋପେ
ଥରହର ବିଶ୍ବ
ରକ୍ଷାକର ମା' ଜନେ ।
ଦୁରୁଥାଇ ଡାକୁଛି ବିକଳେ
ମନା ତୋ ଆସ୍ଥାନକୁ
ତୋ ଛଡା ଆଉ
କିଏ ଅଛି ମା'
ଏ ଆପଦେ ରଖିବାକୁ ।
ଘର ଦୁଆରେ ପଡିଛି ତାଟି
ବାହରକୁ ଯିବା ମନା
ରଖିଲେ ରଖିବୁ ମା
ତୁ ସକଳେ
ଢାଳି ତୋହର କରୁଣା ।
ବିଜୟା ଦଶମୀରେ
ଅଳି ଏତିକି
ଦେ ଟିକେ ମା' ହସି
ସଂସାରୁ ହଟୁ ଏ ମହାମାରୀ
ଫେରି ଆସୁ ପୂର୍ବ ଖୁସି ।
