STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ଘର

ଘର

1 min
231

ବହୁସ୍ଥାନ ବହୁପଥ କଲି ମୁଁ ଭ୍ରମଣ

ସୁଖର ସନ୍ଧାନେ,

ପାଇଲିନି ସୁଖର ଠିକଣା 

ଦୁଃଖ ପାଶ ଛାଡ଼ିଲାନି ମୋର

ଅବଶ ଶରୀର।।


ଫେରିଲି ମୁଁ ହୋଇ ଅସହାୟ

ନୀଡ଼ ଅଭିମୁଖେ ବିହଙ୍ଗମ ଦଳ

ଫେରିଲା ପରାୟେ,

ନେବାକୁ ବିଶ୍ରାମ

ସେହିପରି ଆସିଲି ମୁଁ

ମୋ ପିତାଙ୍କ ଗ୍ରାମ।।


ଆତ୍ମୀୟତା ସମ୍ପର୍କର ଡୋରେ

ବାନ୍ଧିଲେ ସକଳ,

ଗଦା ଗଦା ସୁଖ ହେଲା ଏକିଭୂତ

ମୋ ହାତ ମୁଠାରେ,

ସ୍ନେହ,ପ୍ରେମ ରଜ୍ଜୁର ଦଉଡିରେ

ଖେଳିଲି ମୁଁ ରଜ ଦୋଳି

ଶାନ୍ତିରେ ମାରିଲି ନିଃଶ୍ଵାସ

ଜାଣିଲି ଏହା ସେହି ଘର

ସଂସାରଯାକର ସୁଖ

ଠୁଳ ହୋଇ ରହିଛି ଯହିଁର

ଏହା ସେହି ଘର ମୋର,

ଯେଉଁ ଠାରେ ପିତା,ମାତା ,ଭାଇ

ଭଉଣୀଙ୍କର ଥାଏ ସ୍ନେହ ,ପ୍ରେମ

ଭଲ ପାଇବାର 

କୁବେର ସମ୍ପଦ,

ଅତି ନିରାପଦ ସ୍ଥଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract