Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ବର୍ତ୍ତମାନ

ବର୍ତ୍ତମାନ

1 min
620



ସମୟଟା ଏକ      ଉଡନ୍ତା ଚଢେଇ

     ଡେଣା ଝାଡି ଉଡିଯାଏ

ଉଡି ଉଡି ସାଥେ    ଧରି ନ ପାରିଲେ

    କେଉଁଆଡେ ଉଡିଯାଏ ||


ବର୍ତ୍ତମାନ ଅଟେ    ଅତିମୂଲ୍ଯବାନ

    ଅଛିସେ ତୁମ ହାତରେ

ତାର ଉପଯୋଗ  ଏବେ କରିବାକୁ

  ଭୁଲିବନି କେବେହେଲେ ||


ତାର ମୂଲ୍ୟଏବେ   ବୁଝି ନପାରିଲେ

   ଅତୀତ ସେ ହୋଇଯାଏ

ଅତୀତ ହୋଇ ସେ   ଇତିହାସ ହୋଇ

   ମନକୁ ବେଶି ଦୁଃଖଦିଏ||


ବର୍ତ୍ତମାନ ମୂଲ୍ୟ    ବର୍ତ୍ତମାନ ବୁଝି

ତା' ସୁବିନିଯୋଗ କରିବ 

ନହେଲେ ଅତୀତ    ହୋଇଯିବ ସିଏ

   ଅନୁଶୋଚନା କରିବ ||


ମହାନଦୀ ଜଳ      ତଳକୁ ବହିଲେ 

     ପଛକୁ ସେ ଫେରେନାହିଁ

ସମୟ ସେମିତି      ଅତୀତ ହୋଇଲେ 

     କେବେ ଫେରିଆସେ ନାହିଁ ||


ବର୍ଷାରେ ଯେମିତି      ମହାନଦୀ ଜଳ

       ତରତର ବହିଯାଏ

ସମୟ ସେମିତି     ଅବିଶ୍ରାନ୍ତ ଭାବେ    

     ସଦା ବହି ଚାଲିଥାଏ ||


Rate this content
Log in

Similar oriya poem from Abstract