ବରଷକ ବାରମାସ
ବରଷକ ବାରମାସ
ବରଷକ ବାର ମାସ
ବୈଶାଖ ମାସ ଟି ପ୍ରଥମ ମାସ ଲୋ ଗ୍ରୀଷମ ହୁଏ ପ୍ରକାଶ
ଜ୍ୟେଷ୍ଠ ମାସେ ଟାଣ ଖରା
ବାହାରକୁ କେବେ ବାହାରିବୁ ନାହିଁ ପିଉଥିବୁ ଦହି ପଣା
ଆଷାଢ଼ ମାସରେ ବର୍ଷା
ଆମ ଚାଷୀ ଭାଇ ମନ ହରଷ ଲୋ ଚାଷ କୁ କରି ଭରସା
ଶ୍ରାବଣ ରେ ବର୍ଷା ଝଡି
ଗାଡ଼ିଆ ପୋଖରୀ ଜଳ ମୟ ସବୁ ଗାଆଁ ଦାଣ୍ଡ ହୁଏ ଦଡି
ଭାଦ୍ରବରେ ଫୁଟେ କଇଁ
ଗ୍ରାମ ପୁଷ୍କରିଣୀ ଶୋଭା ଦିଶୁଥାଏ କୁମୁଦ କମଳ ଥାଇ
ଆଶ୍ୱିନେ ନିର୍ମଳ ନଭ
କାଶ ତଣ୍ଡି ଫୁଲେ ପ୍ରକୃତି ରାଣୀ ଲୋ ସଜାଏ ତା ଅବୟବ
କାର୍ତ୍ତିକ ଧରମ ମାସ
ପଞ୍ଚୁକ ପାଳନ୍ତି ହବିଷ ପାଳନ୍ତି ଖାଆନ୍ତି ନାହିଁ ଆମିଷ
ମାର୍ଗଶିରେ ଆସେ ଶୀତ
ଧାନର କିଆରୀ ହଳଦୀ ରଙ୍ଗରେ ସୁନ୍ଦର ଦିଶଇ କ୍ଷେତ
ପୌଷ ମାସେ ଶୀତ ଭାରି
ଦିନ ଛୋଟ ହୋଇ ରାତି ବଡ଼ ହୁଏ ଶୀତୁଆ ଦିବା ସର୍ବରୀ
ମାଘ ଶୀତ ବାଘ ପରି
ଫସଲ ଅମଳ କରଇ କୃଷକ ମନରେ ସନ୍ତୋଷ ଭରି
ଫଗୁଣରେ ଫଗୁ ଖେଳ
ପିଲା ବୁଢ଼ା ଯୁବା ରଙ୍ଗର ଖେଳରେ ମାତ ନ୍ତି ହୋଇଣ ମେଳ
ଚଇତ୍ର ଯେ ଶେଷ ମାସ
ପଲାଶ, ରଙ୍ଗିଣୀ କୃଷ୍ଣଚୂଡ଼ା ଫୁଲେ ଧରଣୀ ହୁଅଇ ବେଶ
ବାରମାସ କଥା ଏହି
ପ୍ରକୃତି ରାଣୀର ଶୋଭା ଅପରୂପ ତାହାର କଳନା ନାହିଁ ।