STORYMIRROR

Manasmita Das

Others Children

3  

Manasmita Das

Others Children

ଲଘୁଚାପ ବର୍ଷା

ଲଘୁଚାପ ବର୍ଷା

1 min
151

ଝରଝର ହୋଇ ବହିତ ଯାଉଛି 

        ଲଘୁଚାପ ବର୍ଷା ଦେଖ କେମିତି ।। ୧।। 


କୁଳୁକୁଳୁ ହୋଇ ଗର୍ଜନ କରୁଛି

         ନଈକୂଳ ଜଳ ଦେଖ କେମିତି ।। ୨।। 


ଫକ୍ ଫକ୍ ହୋଇ ମାଛତ ଡେଉଁଛି

    ସୁନ୍ଦର ସେଦିଶେ ଦେଖ କେମିତି ।। ୩।।


ସୁ...ସୁ ହୋଇ ବେଗେ ପବନ ବହୁଛି

        ସବୁଜିମା ହସେ ଦେଖ  କେମିତି ।। ୪।।


 କୋଣାର୍କ ମନ୍ଦିରେ ଜଳ ଖେଳୁଅଛି

       ଭକ୍ତପାଦ ଭିଜେ ଦେଖ  କେମିତି ।। ୫।। 


ଫକ୍ ଫକ୍ ହୋଇ ବେଙ୍ଗୁଲି ଡେଉଁଛି

      ତାବୋବା ଶୁଣ ଶୁବୁଛି କେମିତି ।। ୬।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍