STORYMIRROR

Nibedita Mishra

Abstract Children

3  

Nibedita Mishra

Abstract Children

ଗୁରୁଆସ୍ପର୍ଦ୍ଧା ଆଭାସ୍ମିତା

ଗୁରୁଆସ୍ପର୍ଦ୍ଧା ଆଭାସ୍ମିତା

1 min
245


"ଗୁରୁ" ବୋଲି ଯେଉଁ ଶବ୍ଦଟି

ଅର୍ଥ ତା' ଭାରୀ ଗଭୀର,

ଜୀବନେ ଜ୍ଞାନଲୋକ ଭରି ଯେ

ଦୁରେଇ ଦିଏ ଅନ୍ଧାର।

କି ବର୍ଣିବି ଗୁରୁ ଙ୍କ ମହିମା

ଅଳପ ବୁଦ୍ଧି ମୋହର,

ଅଟନ୍ତି ଯେ ସୃଷ୍ଟିର ଆଧାର

ସତ୍ଯ ଶିବ ସୁନ୍ଦର।

ଦିଶା ହୀନ ଜୀବନକୁ ଦିଏ

ସେ ରାହାଟିଏ ବତେଇ

ମାଟି ଦୀପ ସମ ଜୀବନେ

ଜ୍ଞାନ ଶିଖା ଜଲେଇ।

କଥାରେ ଅଛି ପରା ଗୁରୁ ଯେ

ଅଟନ୍ତି ସାକ୍ଷାତ ଈଶ୍ବର

ତାଙ୍କରି ଅାଶିଷ ବଳରେ ହିଁ

ସଫଳତା ମିଳେ ଅପାର।

ତେଣୁ ସେ ଗୁରୁ ଙ୍କ ଚରଣେ 

କରୁଛି ମୁଁହି ପ୍ରଣାମ,

ଲଭି ତବ ଆର୍ଶିବାଦ ଗୁରୁ ହେ

ଜୀବନ ହେଉ ମୋ ଧନ୍ଯ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract