STORYMIRROR

Prabhati Mahapatra

Abstract Inspirational Children

3  

Prabhati Mahapatra

Abstract Inspirational Children

ନୂଆଖାଇ

ନୂଆଖାଇ

1 min
340


ଯା' ରେ ଭାସି ଯା' ମନ ପବନ ଯା (ଘୋଷା)

ମହାନଦୀର  ଢେ଼ଉରେ ନାଚି

ସମ୍ବଲପୁରେ ଯା .... ।


ସମ୍ବଲପୁରେ  ଚାଲିଛି ଆଜି

ନୂଆଖାଇର ପର୍ବ

ସବୁଜ ଖେତ  ଲହରି ମାରେ

କୃଷକ ମନେ ଗର୍ବ

ପହିଲା ଧାନ  ସାଉଁଟି ନେଇ

ପୂଜିବେ ଆଜି ମା' ।

ଯା' ରେ ଭାସି ଯା' ....।


ସମଲାଇଙ୍କୁ   ଭେଟି ଚଢାଇ

ନବାନ୍ନ ଭୋଗ ଥାଳି

ବନ୍ଧୁ ବାନ୍ଧବ   ଆନନ୍ଦ ମନେ

କରିବେ ସୁଖେ ମେଳି

ଚଉଦିଗରୁ ଭାସି ଆସିବ

ସମଲାଇ ଯେ ସାହା ।

ଯା' ରେ ଭାସି ଯା' ...।


ବୁଲି ଯିବୁ ତୁ   ହୀରାକୁଦକୁ

ଜଳର ଗନ୍ତାଘର

ଚପଳା ରାଣୀ  ମହଲ ଏଠି

ହାତରେ ଧରି ତାର 

ଆଲୋକ ଢାଳି  ସାରା ଓଡ଼ିଶା

ଉଜ୍ଜଳ କରେ ରାହା 

ଯା' ରେ ଭାସି ଯା' ...।


ଘଣ୍ଟେଶ୍ଵରୀଙ୍କ   ଅନେକ କୃପା

ସମ୍ବଲପୁର ଶୋଭା

ଡାକିଲେ ଥରେ  ନିମିଷେ ଆସେ

ଦେଖାଇ ଶକ୍ତି ଆଭା

ବଣ ପାହାଡ   ଅମୂଲ୍ୟ ଖଣି

ଲଗାଇ ଦିଏ ମାୟା 

ଯା' ରେ ଭାସି ଯା' 

ମନ ପବନ ଯା' ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract