STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଭାବି ଭାବି ମାଆ ଡାକିଦେଲି

ଭାବି ଭାବି ମାଆ ଡାକିଦେଲି

1 min
198

ତୁମେ ନର୍କରୁ ଉଠାଇ ଧର୍ମ ଦ୍ଵାର ଯାଏ

ବତାଇଛ ଆହା ବାଟ କେତେ,

ତୁମେ ମୁର୍ଖରୁ ପଣ୍ଡିତ ଗଣରେ ଗଣାଇ

ପରିଚୟ ଦେଲ ଏ ଜଗତେ,

କୁହ କୁହ କିଏ ତୁମେ ସତେ

ମାନବୀ ନୁହେଁ କି ଦାନଵୀ ବି ନୁହଁ

କଲ୍ୟାଣମୟୀ ମୋ ଦେବୀ ସତେ।


ତୁମେ ମୁକରୁ କରିଲ ପ୍ରଗଳ୍ଭଟିଏ

 ପଙ୍ଗୁରୁ ଉଦ୍ଧାର କଲ,

ମା ମା ମା ବା ବା ବା

 ଠୁକୁ ଠୁକୁ ଧରି ଚଲେଇଲ,

 ସତରେ ତୁମେ କିଏ କହିଲ

ପାପ ପଙ୍କରୁ ଏ ପାପୀକୁ ଉଦ୍ଧରି

 ପୂଣ୍ୟମୟୀ ଦେବୀ ମୋ ହୋଇଲ।


ଜଳ ମଧ୍ୟେ ଭାସି ଥଳକୂଳ ଭୁଲି

 ଠିକଣା ହଜାଇ ଖୋଜୁଥିଲି,

ଅନାହାରେ ଥିଲି ଅମୃତ ପିଇଲି

 ସୁନା ଫରୁଆରେ ରହୁଥିଲି,

କେତେ କେତେ ଦିନୁ ଭାବୁଥିଲି

ପତିତପାବନ ନେତରେ ମୋ ମୁହଁ

 ନିତି ମୁଁ ପରଶ ପାଉଥିଲି।


ଜନନୀ ତୁମେ ମୋ ନରମ କୋଳରେ

 ନିତି ଶୋଇ ସ୍ଵପ୍ନ ଦେଖୁଥିଲି,

ଉଦିତ ସୂର୍ଯ୍ୟର ରକ୍ତିମ ଆଭାରେ

 ସକାଳ ସଞ୍ଜକୁ ଭୁଲିଗଲି,

 ହସ ହସ ମୁହଁ ଦେଖୁଥିଲି

କ'ଣ ଡାକିବି କ'ଣ ଡାକିବି

ଭାବି ଭାବି ମାଆ ଡାକିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational