STORYMIRROR

puja pradhan

Others Children

3  

puja pradhan

Others Children

ପବିତ୍ର ନୂଆଁଖାଇ

ପବିତ୍ର ନୂଆଁଖାଇ

1 min
210

ନୂଆଖାଇ ଏକ ନିଆରା ପରବ

  ଆସିଛି ସେ ଆମ ପାଇଁ

ପିଲାଠାରୁ ବଡ଼ ସଭିଙ୍କ ସରାଗେ

   ରହି ଥାନ୍ତି ତାକୁ ଚାହିଁ ।

କେତେ ନୁଆଁ ପିଠା କେତେ ନୁଆଁ ମିଠା

    ନୁଆଁ ଧାନ କୁଟି ନୁଆଁ ଚାଉଳରେ କ୍ଷୀରି

ବନ୍ଧୁ, କୁଟୁମ୍ବ, ସାଙ୍ଗ, ସାଥୀ ସହ

    ଖାଉଥାଉ ମନ ଭରି ।

ନୁଆଁ ଲୁଗା ପିନ୍ଧି, ଗାଁ ଦାଣ୍ଡେ ନାଚୁ

    ଢୋଲ, ମହୁରୀ, ତାଳେ, ତାଳେ ମନ ଭରୀ

ବରଷା ଛିଟାରେ ଓଦା ହୁଏ ମାଟି

   ଓଦା ହୁଏ ବିଲ ବାଡ଼

ସାରୁ ବୁଦା ମୂଳେ ବେଙ୍ଗୁଲି ରାବରେ

   କମ୍ପୁଛି ବିଲ ବାଡ଼ ।

ନୁଆଁ ଖାଇ ଏତ ଆମର ଗରବ

   ଆନନ୍ଦ ଆଣେ ଆମ ପାଇଁ

ସଭିଏଁ ଚାହିଁ ଥାଉ କେବେ

   ଆସିବ ନୁଆଁ ଖାଇ ଆମ ସଭିଙ୍କ ପାଇଁ ।

ଓଡ଼ିଆ ମୁଁ ବୋଲି ଗରବେ କହୁଛି

   ଧନ୍ୟମୋ ଓଡିଶା ଧନ୍ୟମୋ ମା ସମଲେଇ

ରଖିଥିବୁ ମା ପଣତେ ଘୋଡେଇ

   ଅବୋଧ ଶିଶୁ ଆମେ ତୋର

ଦୋଷ ଥିଲେ ମୋର କ୍ଷମା ଦେବୁ ମୋତେ

   ତୁମକୁ ମୋ ନମସ୍କାର

ତୁମକୁ ମୋ ନମସ୍କାର ।



Rate this content
Log in