Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational Others Children

3  

ବି. ନିରୁପମା

Inspirational Others Children

ଅହର୍ନିଶ ଅଛ ମାତି

ଅହର୍ନିଶ ଅଛ ମାତି

1 min
206



ଏ ମାଟିର ତୁମେ ସତର୍କ ପ୍ରହରୀ

କର୍ମେ ରହିଥାଅ ମଜ୍ଜି,

ସେଥିଲାଗି ପରା ଶାନ୍ତିରେ ନିଃଶ୍ବାସ

ଗୃହେ ଆମେ ନେଉ ଆଜି ।


ଅନେକ ଆଶା ଓ ଭରସା ରଖିଛି

ତୁମପରେ ଏଇ ମାଟି,

ତା' ସମ୍ମାନ ରକ୍ଷା କରିବା ସକାଶେ

ଅହର୍ନିଶ ଅଛ ମାତି ।


ଯୋଗ୍ୟତା ଭିତ୍ତିରେ ପରିହିତ କରି

ଅଛ ଯା' ପୋଷାକ ତୁମେ,

ବସ୍ତ୍ର ନୁହେଁ ଖାଲି ସୁରକ୍ଷା କବଚ

ସେ ଲକ୍ଷ ଜନତା ନାମେ ।


ଏ କଥାକୁ ତେଣୁ ହେଜ ରଖି ସଦା 

କରତବ୍ୟ ଯାଅ କରି,

ସାହସ ,ଶକତି ଯୋଗାଇଦେବେଟି

ନିଶ୍ଚେ ଦୟାମୟ ହରି ।



Rate this content
Log in

Similar oriya poem from Inspirational