STORYMIRROR

Subham Sahu

Inspirational

3  

Subham Sahu

Inspirational

ଅଭୁଲା ତାର ଛବି

ଅଭୁଲା ତାର ଛବି

1 min
638

ସକାଳ ହେଲେ    ନିଇତି ଉଏଁ

     ପୂରୁବ ଦିଗେ ରବି

କେତେ ସୁନ୍ଦର    ଗାଁଟି ମୋର

     ଅଭୁଲା ତାର ଛବି।


ବିହଙ୍ଗ ସୁର     କି ମନୋହର

     ବାଦୁଡ଼ି ପଲ ପଲ

ପାଇକ ପିଲା    ମାରଇ ଶୂନ

      ସତେ କି ଅବା ମଲ୍ଲ।


ଶ୍ୟାମଳ ବନ.    ସବୁଜ କ୍ଷେତ

      ସୁନ୍ଦର ଦୃଶ୍ୟ ରାଜି

ମମତା ଭରା      ସେନେହ ପ୍ରୀତି

       ପଡୁଛି ମନେ ଆଜି ।


ଭାଇ ବନ୍ଧୁର     ପ୍ରେମର ଡୋରି

       ବାନ୍ଧି ରଖିଛି ମନ

ଗରିବ ହେଉ.     ମୁଲିଆ ହେଉ

       ଭାଇ ମୋ ମହା ଧନ ।


ରାମଚଣ୍ଡୀ ର.      ଶିଳା ଉପରେ

       ପକାଇ ଦେଲେ ଆଖି

ମନ ହୃଦୟ       ତରଳିଯିବ

     ଭକତି ଯିବ ଲାଖି ।


ମା ମହିମା      କିଏସେ ଅନ୍ୟ

     ପାରଇ ଭଲା ମାପି

ଉଧାରି ଦେବ     ବିପଦ ଯେତେ

     ହେଉବା ମହାପାପୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational