ଅଦ୍ଭୁତ ସମ୍ୱନ୍ଧ
ଅଦ୍ଭୁତ ସମ୍ୱନ୍ଧ
ସିନ୍ଧୁ ରାଜ ଜେମା ସ୍ଵ ଗୁଣେ ଉତ୍ତମା
ଧରିଲେ ପ୍ରଭୁଙ୍କ କର
ମହା ସିନ୍ଧୁ ରାଜ ନିତି ସଜ ବାଜ
ଧୁଅନ୍ତି ପଦ ଯୁଗଳ
ପ୍ରଭୁ, ଏହି କି ଅଦ୍ଭୁତ ଖେଳ ।
ସାଗର ବକ୍ଷରୁ ରୂପେ ହୋଇ ଦାରୁ
ଜନ୍ମିଲ ବୈକୁଣ୍ଠ ନାଥ
ସିନ୍ଧୁ ପୁତ୍ର ତୁମେ ନିତି ଯେ ଚରଣେ
ସିନ୍ଧୁ କରେ ପଦ ଧୌତ
କୁହ ଜଗନ୍ନାଥ ଏକି ବିପରୀତ
ଅଡୁଆ ସୁତାର ଖେଳ ।
ଲକ୍ଷ୍ମୀ ମାତା ଜନ୍ମେ ସାଗର ମନ୍ଥନେ
ହେଲେ ସିନ୍ଧୁ ସୁତା ମାତ
ସମ୍ବନ୍ଧରେ ଭାଇ ଭଉଣୀ ତ ହୋଇ
କେମିତି ଧରିଲ ହାତ
ଆଉ କିଛି ସତ ଅଟେ ଏ ବୃତ୍ତାନ୍ତ
କୁହ ଗୋବିନ୍ଦ ଗୋପାଳ ।
