STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଆକାଶେ ସୁକାମନା

ଆକାଶେ ସୁକାମନା

1 min
354


ସେ ଉଡୁଥିଲେ ଉଡାଣରେ

ସଶକ୍ତ ହୋଇ

ମୁଁ ଟିକେ ବେକ ଭାଙ୍ଗି ଅନେଇଁଲି

ସେ ଏମିତି ହସିଲେ

ମୁଁ ଏକାଥରେ ବନ୍ଧଟେ ବାନ୍ଧିଲି।


ନାମରୁ ଆକର୍ଷଣ

ଗଳ୍ପରେ ଓଦାକଲା ମୋତେ

ସେ କହିଲେ ଡରୁନ ତ

ମୋ ପୁଅ ପିଲାଙ୍କ କଣ୍ଠସ୍ୱର ଶୁଣି !

ମୋଟେ ନୁହେଁ ମ

ତୁମର ଗୋଟେ ନିଆରା ସ୍ୱର ମୁଁ କହିଲି

ସେ ମୋତେ ସମ୍ବୋଧନ କଲେ

ସୁକଣ୍ଠି!!

ହସି ହସି ବେଦମ ହେଲି।


ଦେଖିନି

ଚିହ୍ନିନି

ଜାଣିଛି କେବଳ

ସବୁବେଳେ ଖୁସିଥାଅ

ସାଇଙ୍କ ଆଶୀର୍ବାଦେ 

ଜ୍ୟୋତି ବିଛୁରିତ ହେଉ

ଜୀବନ ତମାମ।


ତୁମ କଥା କୁହା ଆଖି

ତୁମ ନିରୁତା ସରଳ ପଣ

ତୁମ ହସେଇବା କଳା

ସବୁରି ହୃଦୟରେ ଜାଗାଟେ କରୁ

ତୋ ପାଇଁ ସବୁଦିନ

ଆକାଶେ ସୁକାମନା ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational