STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏ ମନେ ସାଇତି ଥିବି

ଏ ମନେ ସାଇତି ଥିବି

1 min
375

ତୁ ସାଇତା

ସାତ ତଳ

ପାଣି

ପଙ୍କ

କୁହୁକ ପେଡି

ଭଅଁର ମଧ୍ୟରେ

ସଯତ୍ନେ

ମୋ ଜୀବନର ସୁନା ଛଡି।।


ଆସୁରେ ସୁନାମି

ଆସୁ ଯେତେ ବାତ୍ୟା

ଅବା ପ୍ରଳୟ ବଢ଼ି 

ତୁ ଥିବୁ ଚିନ୍ତା ଚେତନାରେ ସଦା

ଆସୁ ଯେତେ ଭୟଙ୍କର ଝଡି ବଢି।।


ଦୁଃଖରେ ହେଉ ବା

ହେଉ ବା ସୁଖରେ

ତୋ ସଙ୍ଗ ଖୋଜୁଥିବି

ଚାଲୁଥିବି ସଦା ଅଙ୍କାବଙ୍କା ରାସ୍ତା

ଛାଇକୁ ତୋର ଜାବୋଡି

କେବେ ଦେବି ନାହିଁ ହାତ ଛାଡି।।


ତୋ ସେହ୍ନ ହେଉ 

ଅବା ତୋର ଘୃଣା

ତୋତେ ମୁଁ ଏ ମନେ ସାଇତିଥିବି

ମୁଁ ଥିବା ଯାଏ ଏଇ ଦୁନିଆଁରେ

ତୁ ମୋ ନିଃଶ୍ୱାସ

ତୁ ମୋର ଆଶା ବାଡ଼ି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational