ଏ ମନେ ସାଇତି ଥିବି
ଏ ମନେ ସାଇତି ଥିବି
ତୁ ସାଇତା
ସାତ ତଳ
ପାଣି
ପଙ୍କ
କୁହୁକ ପେଡି
ଭଅଁର ମଧ୍ୟରେ
ସଯତ୍ନେ
ମୋ ଜୀବନର ସୁନା ଛଡି।।
ଆସୁରେ ସୁନାମି
ଆସୁ ଯେତେ ବାତ୍ୟା
ଅବା ପ୍ରଳୟ ବଢ଼ି
ତୁ ଥିବୁ ଚିନ୍ତା ଚେତନାରେ ସଦା
ଆସୁ ଯେତେ ଭୟଙ୍କର ଝଡି ବଢି।।
ଦୁଃଖରେ ହେଉ ବା
ହେଉ ବା ସୁଖରେ
ତୋ ସଙ୍ଗ ଖୋଜୁଥିବି
ଚାଲୁଥିବି ସଦା ଅଙ୍କାବଙ୍କା ରାସ୍ତା
ଛାଇକୁ ତୋର ଜାବୋଡି
କେବେ ଦେବି ନାହିଁ ହାତ ଛାଡି।।
ତୋ ସେହ୍ନ ହେଉ
ଅବା ତୋର ଘୃଣା
ତୋତେ ମୁଁ ଏ ମନେ ସାଇତିଥିବି
ମୁଁ ଥିବା ଯାଏ ଏଇ ଦୁନିଆଁରେ
ତୁ ମୋ ନିଃଶ୍ୱାସ
ତୁ ମୋର ଆଶା ବାଡ଼ି।
