ଈଶ୍ୱର
ଈଶ୍ୱର
ତୁମେ ଏହି ସୃଷ୍ଟିର ଆଦ୍ୟ ଚିରନ୍ତନ,
ତୁମ ଦୟା ବଳେ ମହୀ ଲଭିଛି ଜୀବନ ।
ପତର, ପତଙ୍ଗ, ଜୀବ ତୁମରି ଯେ ଦାନ
ତୁମ ରଚନା ରେ ଜନ୍ମି ହେଲି ଯେ ମହାନ ।
ସବୁରି ପରେ ଢାଳିଛ ତୁମ ଆଶୀର୍ବାଦ
ରଚିଛ ସୁନ୍ଦର ସୃଷ୍ଟି ଏ ପ୍ରାଣୀ ସମ୍ପଦ ।
ସମସ୍ତ ହୃଦୟେ ତୁମେ କରିଥାଅ ବାସ
ତୁମେ ଯେ ଆଦ୍ୟ ଆରମ୍ଭ ତୁମେ ଅଟ ଶେଷ ।
ସବୁ ସୁଖ ରେ ଦୁଃଖ ରେ ତୁମେ ଏକା ସାଥି
ଏ ସୃଷ୍ଟି ରଥ ରେ ତୁମେ ଏକା ମହାରଥୀ ।
ମନେ ସଦା ଭରି ତୁମ ଆସ୍ଥା ଓ ଆଶିଷ
ଦିଗବିଜୟୀ ହୁଏ ବୀର ରଖିଯାଏ ଯଶ ।
ଏ ସାରା ସଂସାର ର ତୁମେ ଅଟ ଯେ ଶାସକ
ତୁମରି ରଚିତ ସୃଷ୍ଟି , ତୁମରି ସେବକ ।
ତୁମ ନିୟମ ରେ ବନ୍ଧା ସମଗ୍ର ଜଗତ
ବାଣ୍ଟିଥାଅ ସବୁ ପରେ ସ୍ନେହ ଅବିରତ ।
ଶେଷରେ କରୁଛି ମୁଁ ଏତିକି ନିବେଦନ
ତୁମରି ଆଶିଷେ ହେଉ ଜଗତେ କଲ୍ୟାଣ ।
