ମୋର ନାମ ପୃଥିବୀ
ମୋର ନାମ ପୃଥିବୀ
ତିନୋଟି ଅକ୍ଷରେ ନାମ ମୋହର,
ଗ୍ରହ ମଧ୍ୟରେ ମୁଁ ତିନି ନମ୍ବର l
ସୃଷ୍ଟିର ଆରମ୍ବରୁ ଏବେ ଯାଏଁ,
କୀଟ ଠାରୁ ବ୍ରହ୍ମ ସୃଷ୍ଟି ମୋ' ଦେହେ ।
ସବୁରି ଅଳି ଅରଦଳି ସହେ,
ପାଳି ପୋଷି ବଢାଏ ମୋ" ସେନେହେ l
ମା' ପରି କରେ ଲାଳନପାଳନ
ମା' ଠାରୁ ପରା ଅଟେ ମୁଁ ମହାନ l
ଛୋଟରୁ ବଡ ହୋଇଛ ମୋ' ରି କୋଳେ,
ନାଚି, କୁଦି , ଖେଳି ଆନନ୍ଦ ଭୋଳେ l
ତିନି ଭାଗ ଜଳରୁ ଭାଗେ ସ୍ଥଳ,
ଜୀବ ଜନ୍ତୁଙ୍କର ପ୍ରିୟ ବାସସ୍ଥଳ l
ଦିନ ରାତି ହୂଏ ମୁଁ ଘୁରିଲେ,
ସର୍ବେ ଜାଣିଛ ମୋ ନାଁ କୁହ ପିଲେ ।
