STORYMIRROR

Indrabadal Mohanty

Abstract Romance

4  

Indrabadal Mohanty

Abstract Romance

ବର୍ଷାର

ବର୍ଷାର

1 min
328

ଟିକିଟିକି ମେଘ ମାଳାର ଆଜି ଏ ଅପୂର୍ବ ସମ୍ଭାର


ଉଚ୍ଚ ଆକାଶେ ଥାଇ ମଧ୍ୟ ହୋଇଛି କେତେ ଯେ ନିଜର


ବର୍ଷାକୁ ଦେଖି ନୂଆ ନୂଆ ଆଶା ହୋଇଛି କେତେ ଯେ ମନରେ ସଂଚାର


ସତରେ ମନ ଭିତରେ ଏ ବର୍ଷାର ସ୍ପର୍ଶ ପାଇ ସାଜିଛି କେତେ ଯେ ଉଦାର


ଟିପିଟିପି ଜଳବିନ୍ଦୁ ମାନ ସଜାଉଛି ସମସ୍ତଙ୍କୁ ନକରି କିଛି ବାଛ କି ବିଚାର


ନୂଆ ଏକ ସମ୍ଭାବନାର ଆଗମନରେ ସବୁଆଡେ ଦିଶୁଛି କେଡେ ଯେ ସୁନ୍ଦର


ବର୍ଷାର ମାଦକତାକୁ ଉପଭୋଗ ପାଇଁ ପ୍ରତ୍ୟକ ହୃଦୟ ଆଜି କେତେ ଯେ ଆଗଭର


ସତରେ ବର୍ଷା ରାଣୀ ସାଇତି ରଖୁଛି ସବୁ ସୌନ୍ଦର୍ଯ୍ୟକୁ ହେଇ ଗନ୍ତାଘର


ଝିପିଝିପି ମେଘର ଅପୁର୍ବ ଆନନ୍ଦରେ ଏ ପ୍ରକୃତି ହସୁଛି


ଧରିତ୍ରୀ ମା ଆମର ପାଣି ପାଇଁ ଯୌବନ ଭରା ହସରେ ମାଜିଯାଇଛି


ଥିରିଥିରି ପବନର ମାଦକତା କେତେ ଯେ ହୃଦୟରେ ସିଂହରଣ ସୃଷ୍ଟି କରଛି


ବିହଙ୍ଗ ମାନଙ୍କ କିଚିରି ମିଚିରି ଶବ୍ଦରେ ଆଜି ଏ ସକାଳ ଗୁଞ୍ଜରିତ ହେଉଛି


ବର୍ଷା ରାଣୀ ଧୀରେ ଧୀରେ ହୋଇ ଶ୍ରାବଣରେ ତା ରୋମାଞ୍ଚକ କାହାଣୀକୁ ଲେଖିବା ଆରମ୍ଭ କରିଦେଇଛି


ପୁଣି ଆଜି ଏ ନିରବ ଆକାଶେ ବାଦଲ ଚୁପଚାପ ରହି ସକାଳର ଗମ୍ଭୀରତାକୁ ଉପଭୋଗ କରୁଛି



Rate this content
Log in

Similar oriya poem from Abstract