ବର୍ଷାର ଅପୂର୍ବ ଅନୁଭବ
ବର୍ଷାର ଅପୂର୍ବ ଅନୁଭବ
ବର୍ଷା ତୋ ଅପୂର୍ବ ଅନୁଭବ
ବାଲ୍ୟ, ଯୌବନ, ପୌଢ ଓ ବାର୍ଦ୍ଧକ୍ୟ
ଭିନ୍ନ ଭିନ୍ନ ଚମକ
ଭାବନା ର ରୂପରେଖ।
ବାଲ୍ୟ ଚପଳତା ଅହେତୁକ ଆକର୍ଷଣ
କାଦୁଅରେ ଖେଳିବା
ବର୍ଷାରେ ଭିଜିବା
ପାଣିରେ ଫୋଟକା ଧରିବା
ସାଙ୍ଗ ମେଳେ ଗାଁ ଦାଣ୍ଡେ
କାଗଜ ଡ଼ଙ୍ଗା ଭସାଇବା ।
କି ଅପୂର୍ବ ସେ ଅନୁଭବ
ହାଏ ରେ ସମୟ ଛଡ଼ାଇ ନେଲୁ
ମୋ ଅଭୁଲା ପିଲାବେଳ ।
ଜୀବନ ପରିଧି ରୁ ହଜିଛି ସେ ଦିନ
କାଳର କରାଳ ଗର୍ଭରେ
ପାଦ ଚିହ୍ନ ରହିଛି ବାକି ।
ଆଉ
ଯୌବନରେ ମତୁଆଲା ମନ
ରିମ୍ ଝିମ୍ ବର୍ଷା ସୁରେ
ନାଚି ଉଠେ ତନୁ ମନ
ସ୍ବପ୍ନ ରାଇଜରେ ଉଡୁଥାଏ
ଖୋଜେ ସାଥିଟିଏ ।
ବର୍ଷା ଭିଜା ତାତି
ମିଳନର ଆବେଗେ
ଚକୋରକୁ ଚାହେଁ ଚକ୍ରୋବାକୀ
ମେଘ ଦୂତ ସାଜେ
ବିରହି ପ୍ରେମିକ ପାଇଁ
ଅପୂର୍ବ ସେ ସ୍ମୃତି।
ବର୍ଷା ସ୍ପର୍ଶ ପାଇ
ବିରହିଣୀ ନଦୀ ଧାଏଁ
ସାଗର ବୁକୁରେ
ପ୍ରୀତିର ପୂର୍ଣ୍ଣତା ପାଇଁ ।
ବର୍ଷା ଆସେ ପୌଢ ପାଇଁ
କର୍ମର ବାର୍ତ୍ତା ନେଇ
ଜୀବନ ଜଞ୍ଜାଳେ ବ୍ଯତିବ୍ଯସ୍ତ ମଣିଷ
ବର୍ଷାର ଚମକ କାହିଁ ।
ବାସ୍ତବର କଷଟି ପଥରେ
ଘୋଷଡା ଜୀବନ
ଭାବନା ର ମାନେ ରହେନା
କର୍ମ ହିଁ ଜୀବନ
ପରିବାର ପ୍ରତି ପୋଷଣ
ଉପନୀତ ବାର୍ଦ୍ଧକ୍ୟ ।
ଦୁର୍ବଳ ଶରୀରରେ
ବର୍ଷାର ଶୀହରଣ କାହିଁ
ମୃତ୍ୟୁ ପଥର ଯାତ୍ରୀ ମଣିଷ
ହରାଇବା ଦୁଃଖ ନାହିଁ
ପାଇବାର ସ୍ବପ୍ନ ନାହିଁ
ସ୍ଥିତପ୍ରଜ୍ଞ ଭାବାବେଗେ
ବ୍ରହ୍ମତ୍ବର ଆଶ୍ରା ପାଇଁ ।
ତଥାପି ଆସେ ବର୍ଷା
ସ୍ମୃତି ର ଫରୁଆ ନେଇ
ଅତୀତ ରୋମନ୍ଥନ ପାଇଁ
ନାତି ନାତୁଣୀ, ଆତ୍ମୀୟ ସ୍ବଜଳ ପାଖେ
ସପ୍ତରଙ୍ଗେ ରଙ୍ଗାୟିତ
ଇନ୍ଦ୍ରଧନୁ ବାର୍ତ୍ତା ନେଇ।
ଖୋଲି କହେ ମନ କଥା
ଜୀବନର ଇତି ବୃତ୍ତି
ହର୍ଷ ,ବିଷାଦ ,ଦୁଃଖ ସୁଖ
ବର୍ଷାର ଅପୂର୍ବ ଅନୁଭବ ।।