Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lina Mohanty

Romance Tragedy

3  

Lina Mohanty

Romance Tragedy

ବର୍ଷା

ବର୍ଷା

1 min
7.1K



ମୁଁ ତ ଭିଜୁଛି ମୋ ଆଖି ଲୁହରେ

ତୁ ଆଉ,

ଆସିଛୁ ଯଦି ଭିଜେଇଦେ ମତେ

ଲୁହ ମୋର ଲୁଚିଯାଉ ।।

ନ ଦେଖୁ ଦୁନିଆ ଦରଦ ମୋହର

ଏମିତି ବରଷ ବରଷାରାଣୀ,

ସବୁ ଲୁଚିଯାଉ ହୃଦୟେ ମୋହର

ନ ଜାଣୁ କେହି ମୋ ଦୁଃଖ କାହାଣୀ ।।

ଦରଦେ ଭିଜୁଛି ହୃଦୟ ମୋହର

ତୋ ସାଥେ ଭିଜିବି ମୁଁ ମନ ଭରି,

କାହା ସାଥେ ଆଉ ମୋ ଦୁଃଖ ବାଂଟିବି

ତୋ ଦୁନିଆକୁ ଗଲେ ତୁ ଫେରି ।।

ପହିଲି ଆଷାଢେ ଆସିଲୁ ତୁ ଯେବେ

କହିଥିଲି ସାଥେ ଆଣିବୁ ସାଥୀ,

ତାଙ୍କ ବିନା ଆଜି ମୁଁ ଏକା ଏକା

ବିତୁନି ଦିନ କି ସରୁନି ରାତି ।।

ପାରିବୁକି କହି ମନ ତଳ ବ୍ୟଥା

ଅବୁଝା ସାଥୀ ମୋ ବୁଝେନା ଥରେ,

ଦେଇ ପାରିବୁକି ସନ୍ଦେଶ ମୋହର

କେତେ ପ୍ରେମ ଭରା ମୋ ମନରେ ।।

ବରଷିବୁ ଥରେ ତାଙ୍କ ଅଗଣାରେ

କହିବୁକି ଆସି ମୋ କାନରେ,

ଖୁସି ହେବି ଟିକେ ତୋ କଥା ଶୁଣି

ମୋ ପାଇଁ ତାଙ୍କ ମନ ବି ଝୁରେ ।।


Rate this content
Log in

Similar oriya poem from Romance