STORYMIRROR

Er Sachidananda Barik

Fantasy

3  

Er Sachidananda Barik

Fantasy

ବର୍ଷା

ବର୍ଷା

1 min
13.2K


ମୌସୁମୀ ଆସିଲା ପରେ

ଲାଗିରହୁଥିବା ଝିପି ଝିପି ବରଷାରେ

ଥରେ ଅଧେ ତ ସମସ୍ତେ ଭିଜନ୍ତି ତାଳୁରୁ ତଳିପା

କିଏ ଆଶଙ୍କାରେ

କିଏ ବ୍ୟସ୍ତତାର ବିରକ୍ତିରେ

 

ହେଲେ ଏ ପ୍ରେମିକ ଭିଜୁଥାଏ ଅହର୍ନିଶି

ସତେ ଯେମିତି ଥାଏ ବର୍ଷାର ଅପେକ୍ଷାରେ

ଭିଜୁଥାଏ ବାର ବାର

କେତେବେଳେ ପ୍ରତାରଣାର କ୍ଷତକୁ ଧୋଇବା ପାଇଁ

ସମସ୍ତଙ୍କ ଅଲକ୍ଷ୍ୟରେ ମନ ଇଚ୍ଛା କାନ୍ଦିବା ପାଇଁ

ଆଉ କେବେ ପ୍ରେମିକାର ରୋମାଞ୍ଚ ପାଇବା ପାଇଁ

 

ସମସ୍ତେ ଫେରିବାକୁ ତର ତର

ନିଜର ବସାକୁ

 

ଏ ପ୍ରେମିକ ନିର୍ବିକାର

ବର୍ଷା ଯେତେ ଯେତେ ଭିଜଉଥାଏ

ଅତୀତର ମୁହୂର୍ତ୍ତ ମାନ ସେତିକି ପାଖଉ ଥାଏ

ଦେହ ଓ ମନ ବର୍ଷାରେ ଭିଜିଲା ପରେ

ପ୍ରତାରିତା ପ୍ରେମିକା ବି ମହ ମହ ବାସେ 

 

ପ୍ରେମିକ ହିଁ କେବଳ ଫେରି ପାରେ ଅତୀତକୁ

 ଜୀଇଁ ପାରେ ଆଉ ଗୋଟେ ଜୀବନ

ବର୍ଷିବାର ଅବଧି ଭିତରେ

ପ୍ରେମିକଟେ  ଫେରି ପାଏ ତାର ଯୌବନକୁ

ଉପଭୋଗ କରିପାରେ ନିଜ ପ୍ରେମିକପଣକୁ

 

ମନ ପଛେ ପୋଡି ଯାଇଥାଉ

ଶ୍ରାବଣର ମୌସୁମୀ ବର୍ଷାରେ ଭିଜିଲା ପରେ

ବିତି ଯାଇଥିବା ମୁହୂର୍ତ୍ତକୁ ମନେ ପକାଇ

ତାକୁ ସର୍ବଗୁଣେ କ୍ଷମା କରି ଦେଇ

ଆଉ ଥରେ ଭଲ ପାଇ ବସେ

 

ବର୍ଷା ଛାଡିଲା ପରେ

 ଅତୀତରୁ ବର୍ତ୍ତମାନକୁ ଫେରି ଯାଇ

ନିଜର ନିର୍ବୋଧ ଭାବନା ଉପରେ ମନ ଖୋଲା ହସ ହସେ


Rate this content
Log in

Similar oriya poem from Fantasy