ବର୍ଷା
ବର୍ଷା
ପହିଲି ଆଷାଢେ କାନ ପାତି କେବେ
ଶୁଣିଛ କି କୁହ ମୃଦୁ ସଙ୍ଗୀତ
ସୁମଧୁର ସୁର ରିମଝିମ ତାନ
ପ୍ରକୃତି ସୁନ୍ଦରୀ ନୃତ୍ୟ ରତ ।
ନୂଆ ମେଘ ଦେଖି ନାଚଇ ମୟୂର
ସପ୍ତରଙ୍ଗେ ଶୋଭା ଇନ୍ଦ୍ରଧନୁ
ବିଲ ବନ ପ୍ରାନ୍ତ ଶଇଳ ଶିଖର
ଶ୍ୟାମ ବିଭୂଷଣ ଚିତ୍ର ତନୁ ।
ବେଙ୍ଗ ରଜାପୁଅ ସାଜେ ବରବେଶ
ଥାଟ ପଟୁଆର ତେଲିଙ୍ଗି ବାଦ୍ୟ
ଚମକେ ବିଜୁଳି ଶୁଭ ବିବାହରେ
ନିନାଦଇ ମନ୍ତ୍ର ବଜ୍ର ଶବଦ ।
ଯୁଈ ଯାଈ ମଲ୍ଲୀ ଚମ୍ପା କେତକୀରେ
ଗଭାକୁ ସଜାଇ ଧ
ରଣୀ ରାଣୀ
ନାଲି ଟୁକୁ ଟୁକୁ ମୃଦୁ ପଦ ପାତେ
ପାଳେ ରଜ ପର୍ବ ଓଢଣୀ ଟାଣି ।
ଆବର୍ତ୍ତେ ସ୍ୱସ୍ତିକେ ରଥ ପଥ ଚକ୍ର
ଝରେ ବିଷ୍ଣୁ ପଦୁ ପୟ ଅମୃତ
ସୁଉଚ୍ଚ ଶିଖର ଶିବ ଜଟାଜୁଟ
ପ୍ରବହେ ପବିତ୍ର ଶୈଳୋତକ୍ଷେପ ।
ସତେ ସୁପବିତ୍ର ସ୍ୱୟଂ ଗଙ୍ଗା ମାତ
ଧରାଜଗତକୁ ଅବତରି
ବିତରନ୍ତି ସୁଧା ସ୍ୱର୍ଗୀୟ ପରଶ
ସୁଶୀତଳ ମଧୁମୟ ବାରି ।
ଅନନ୍ତ ଶୟନେ ଭଗବାନ ବିଷ୍ଣୁ
ଶିବାଳୟେ ହୁଏ ଜଳାଭିଷେକ
ଜନଜୀବନରେ ଜାଗେ ନୂଆ ପ୍ରାଣ
କର୍ମ ଧର୍ମେ ଧ୍ୟାନ କବି ଭାବୁକ ।