Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Romance Inspirational

4.4  

Samar Ballav Bhoi

Abstract Romance Inspirational

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
278



ଭିଜା ଶ୍ରାବଣର ଭିଜା ଭିଜା ମନ

ପ୍ରିୟା ପାଇଁ ଆଣେ ଅନେକ ସପନ

ମୋ ପ୍ରିୟା ମୌନାବତୀ ର ମନ

ଦେଖିବାକୁ ଅପେକ୍ଷାରେ ଭିଜା ଶ୍ରାବଣ ।


ଶ୍ରାବଣର ରିମ୍ ଝିମ୍ ବର୍ଷାରେ 

କେଜାଣି କେଉଁ ହୃଦୟ ବେଳାରେ

ଜୀବନ ର ମାନସାଙ୍କ ବଦଳିଯାଏ

ଛନ୍ଦି ହୋଇପଡେ ପ୍ରେମର କୋଳରେ ।


ମୌନାବତୀ ତୁମ ଲାଜୁଆ ହସରେ

ଶ୍ରାବଣ ବି ଲୁଚି ଲୁଚି ହସୁଥାଏ

ଛିଣ୍ଡା ଛିଣ୍ଡା ସ୍ବପ୍ନ ସବୁ ଯୋଡ଼ି ଯାଏ

ମୋ ଭାବନାର ପ୍ରତିଟି ପ୍ରାନ୍ତରେ ।


ଶ୍ରାବଣ ର ବର୍ଷା ବି ଈର୍ଷା କରେ

ମୌନାବତୀ ର ନୀଳ ନୟନେ

ଝରୁଥିବା ପ୍ରେମର ଝରଣାରେ

ଶ୍ରାବଣ ବି ଥାଏ ଅପେକ୍ଷାରେ ।


ଭିଜା ଶ୍ରାବଣେ ମନ ଭିଜି ଗଲେ

ଅଭୁଲା ଅତୀତ ସ୍ମୃତି ହୋଇ ଝରେ

ମୌନାବତୀ ଝୁରୁଥାଏ ଶ୍ରାବଣ ବର୍ଷାରେ

ଅତୀତର ସ୍ମୃତି ଉଙ୍କିମାରେ ହୃଦୟରେ ।


ମୌନାବତୀର ଖିଲି ଖିଲି ହସରେ

ଶ୍ରାବଣ ବି ଇପ୍ସିତ କ୍ରୋଧ କରେ 

କେବେ ପୁଣି ହଜିଯାଏ ଲାଲି ଲାଲି ଉଠରେ

ପୁଣି କେବେ ଭିଜିଯାଏ ଚାହାଣୀର ରଙ୍ଗରେ । 


ଇନ୍ଦ୍ରଧନୁର ସପ୍ତରଙ୍ଗର ଓଢଣା ଟାଣି

ଶ୍ରାବଣ ର ନୀଳ ଆକାଶରେ 

ମୌନାବତୀ ମନେ ମନେ ଆଙ୍କି ଚାଲେ

ପ୍ରେମ ଓ ଭାବନାର ଅଭୁଲା କାହାଣୀ ।


ଭିଜା ଶ୍ରାବଣ ଟା ଭାରି ଆନମନା

ପ୍ରକୃତି କୋଳରେ ଆଙ୍କିଦିଏ ଅନେକ ଭାବନା

ମୌନାବତୀ ର ରୁପ ଲାବନ୍ୟା ରେ 

ଆଙ୍କିଯାଏ ଶ୍ରାବଣର ଅଭିମାନ ଓ ତମନ୍ନା । 



Rate this content
Log in

Similar oriya poem from Abstract