Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବର୍ଷା ଓ ଶରତ

ବର୍ଷା ଓ ଶରତ

1 min
217


ବର୍ଷା ଓ ଶରତ

ଅବେଳରେ ଫେରି ଆସିଛି ବରଷା

ଯାଇଥିଲା କେଣେ ଋଷି

ଭିଜାଇ ଦେଉଛି ତନୁ, ମନ, ପ୍ରାଣ

ଆସିଛି ବାଣ୍ଟିବ ଖୁସି I

ଶରତ ଆକାଶେ ବାଦଲ ଘୋଟିଛି

ଜହ୍ନ ଲୁଚାଇଛି ମୁହଁ

ଜହ୍ନିଫୁଲ ମୁହଁ ହସ ହସ ଦିଶେ

ଭିଜି ଯାଉଛି ତା ଦେହ I

ରଜନୀଗନ୍ଧା ତା ସୁବାସ ବାଣ୍ଟୁଛି

ମନରେ ଜାଳୁଛି ନିଆଁ

କୃପଣ କାହିଁକି ହେଉଛି ବରଷା

ଦିଏନାହିଁ ପ୍ରୀତିଛୁଆଁ I

ଆଖିରେ ଆଖିରେ ସପନ ଭରୁଛି

ଛାତିରେ ଭରୁଛି କୋହ

ଯୁଆଡେ ଦେଖିଲେ ଦିଶୁଥାଏ ଖାଲି

ବର୍ଷାର ନହୁଲି ମୁହଁ I

       


Rate this content
Log in

Similar oriya poem from Fantasy