ବର୍ଷାର ରିମଝିମ ସ୍ୱର
ବେଙ୍ଗ କେଁ କଟର
ଟୁପୁଟୁପୁ ଝୁପୁଝୁପ ଶବ୍ଦ ନିଥର
ନାଚ ମୟୂରୀ ସାଥେ ମୟୂରର
ବର୍ଷା ଆଣେ କେତେ ଶବ୍ଦ କବିତାର
ଘଡ଼ଘଡ଼ି ଚଡ଼ଚଡ଼ି ବିଜୁଳି ଛିଟାର
ମେଘସଵାରୀରେ ବର୍ଷା ଧରାପର
ଝଡ଼ ବନ୍ୟା ବାତ୍ୟା ପରି ମୁହୂର୍ତ୍ତସବୁର
କବି ଶବ୍ଦ ସାଉଣ୍ଟେ ପଡେ କୁଆପଥର
ନେଳି ପତ୍ର ସମ୍ଭାର ସବୁଜ ପଣତ ଧରାର
ମାଖମଲ୍ଲୀ ନହୁଲି ଚାଲି ସାଧବ ବୋହୁର
ପର୍ବ ଖୁଦୁରୁକୁଣୀ ରାକ୍ଷୀ ପୁନେଇଁ
ମାଆ ଝିଅ ବୋହୁଙ୍କୁ ମନେଇ
ଗଣେଷ ପୂଜାର ବେଭାର ଅପାର
କାଗଜ ଡ଼ଙ୍ଗା ବାହିବା ଦୃଶ୍ୟ ଚମତ୍କାର
ମନେପଡେ ଅତୀତ ବାଣିଜ୍ୟ କାରବାର
ଜାତି ଜାତି ଫୁଲ ଫଳ ନଈ ଜଳ ଉତ୍ସର
ବର୍ଷା ହିଁ ନିଜେ କବିତା ନିଜର
ମେଘ ଗଛରୁ ତୋଳି ଜାତି ଜାତି ଫୁଲ ଫଳ
ବର୍ଷା ଶିଖାଏ କବିତା ଲେଖିବା କୌଶଳ
ପ୍ରେମ ପ୍ରଣୟ ବିଛେଦ ଆଦି ସମାହାର
ବର୍ଷା ହିଁ ଯୋଡି ପାରେ ଦୁଇ ଅସମାନ୍ତର
ସରଳ ରେଖାକୁ କରି ଏକାନ୍ତ ଆପଣାର
କଣ ନକରେ ବର୍ଷା ଆସେ ଯେବେ ଧରାପର
ଚାଙ୍ଗୁଡିଏ ଶବ୍ଦ ନେଇ କବିତା ସମ୍ପର୍କ ସୂତାର