Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

3  

Sadananda Sahoo

Romance

ବର୍ଷା ମୋ' ପ୍ରେମିକା

ବର୍ଷା ମୋ' ପ୍ରେମିକା

1 min
242


ପ୍ରେମର ପ୍ରେମିକା ସ୍ମୃତି ସ୍ମରଣିକା

ସପନ ସୁନ୍ଦରୀ ବର୍ଷା

ମେଘ ମାଳା ସୁତା ଜୀବନ ସଙ୍ଗୀତା

ଭରିଛି ମୋ' ମନେ ଆଶା ।

ବରଷା ପ୍ରେମକୁ କରିଛି ଭରସା

ମର୍ତ୍ତ୍ୟ ମଣ୍ଡଳରେ ରହି

ନିଆରା ପ୍ରେମିକ ପ୍ରେମ ମୋ'ର ସ୍ଵଚ୍ଛ

ଆବିଳତା କିଛି ନାହିଁ ।

ମୋ'ପ୍ରେମ ସ୍ଵରୂପା ଇନ୍ଦ୍ରାଣୀ ସମ୍ପଦା

ପ୍ରେମର ଜ୍ଜ୍ଵଳନ୍ତ ଛବି

ଅମୃତ ବାରିଧି  ସମର୍ପଣେ ମତି

ସ୍ନେହ ପ୍ରେମ ଅନୁଭବି ।

କଳା ମେଘ ମାଳା ସ୍ଵଭାଵେ ଚଂଚଳା

ମର୍ତ୍ତ୍ଯେ ଆସେ ସରାଗରେ

ସଵୁଜିମା ସାଥୀ ସାଜେ ମୋ ' ସୁନ୍ଦରୀ

ସମର୍ପଣ ଭାବନାରେ ।

ପ୍ରେମ ନୀରେ ପୂର୍ଣ୍ଣ ହୃଦୟ ସଂପୁର୍ଣ୍ଣ

ଅଜାଡେ଼ ଅଜସ୍ର ପ୍ରେମ

ଦେହ ମନ ପ୍ରାଣେ ଭାଵ ସେ' ସଞ୍ଚାରେ

ଦୂର ହୁଏ ସଵୁଭ୍ରମ ।

ସାରା ପୃଥିବୀଟା ଝୁରଇ ସର୍ବଦା

ଆସନ୍ତା କି ଆଜି ବର୍ଷା

ଅନିନ୍ଦ୍ୟ ସୁନ୍ଦରୀ ସ୍ମୃତି ପ୍ରିୟା ରାଣୀ

ଆହା କି ତା' ମିଠା ବାସ୍ନା ।

ରିମଝିମ ସ୍ଵର  ଶବଦ ତାହାର

ସଙ୍ଗୀତର ସାତସୁର

ଭିଜାଭିଜା ଦେହ ଅସରନ୍ତି ସ୍ନେହ

ପ୍ରେମ କରେ ନିରନ୍ତର ।

ପ୍ରେମ ପାଟରାଣୀ ଧରିତ୍ରୀ ମା' ସଙ୍ଗୀ

ସମ୍ପର୍କର  ଚିରସ୍ମୃତି

ସବୁଜିମା ଛିଟା ଲଗାଏ ସହସା

ନିଆରା ଏ'ଭାବ ପ୍ରୀତି ।

ବରଷକୁ ଥରେ ଆସେ ଶାଶୁ ଘରେ

ଚର୍ତୁଃମାସେ ପାଶେ ରହେ

ପ୍ରେମର ବାରିଧି ଗଲେ ତା'ର ସରି

ଫେରି ଯିବି ବୋଲି କହେ ।

ମଥାରେ ଓଢ଼ଣି ହୀରା ମୁକ୍ତାମଣି

ରୂପେ ଗୁଣେ ପରିପୂର୍ଣ୍ଣା

ଅନନ୍ୟ ସୁନ୍ଦରୀ ତ୍ରିପୁର ବିଜୟୀ

ବିଭବ ତୋ' ଜଳବର୍ଣ୍ଣା ।

ତୋ'ପ୍ରେମେ ବିମୁଗ୍ଧ ହୋଇଛି ମୁଁ' ସତ

ପାଶୋରି ପାରୁନି ମନୁ

ଦେ' ତୁ ଭିଜେଇ ପ୍ରେମ ନୀର ଢାଳି

ସାଜିବି ତୋ' ପ୍ରିୟ ଜାନୁ ।


Rate this content
Log in

Similar oriya poem from Romance