Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ବର୍ଷା ଆସିଲା ବୋଲି

ବର୍ଷା ଆସିଲା ବୋଲି

1 min
227


ବର୍ଷା ଖୋଜୁଥିଲା ହଜିଲା ସପନ

ଛାତି ଖୋଜୁଥିଲା ପ୍ରୀତି

ଝାଞ୍ଜି ଖୋଜୁଥିଲା ମେଘର ପଣତ

ଆଖି ଖୋଜୁଥିଲା ରାତି I


ମନେ ଦ୍ୱନ୍ଦ୍ୱ ଥିଲା ମିଳିବକି ନାହିଁ

ତଥାପି ମାଗିଲି ଦିନେ

ଅସରା ପ୍ରେମର ପସରା ଖୋଲିଲ

ଭିଜିଗଲି ମନେ ମନେ I


ପ୍ରୀତିର ପୀୟୁଷ ମଥାରେ ଢାଳିଲ

ଦିନରେ ଉଇଁଲା ଜହ୍ନ

ଉଡନ୍ତା ମନକୁ ପଣତେ ବାନ୍ଧିଲ

ଦେଖାଇଲ କେତେ ସ୍ୱପ୍ନ I


ଭଙ୍ଗାମନ ତଳେ ତୁମରି ପ୍ରେମର

ଲହଡି ଆସିଲା ମାଡି

ଆଶ୍ରାହୀନ ଆଉ ହେଲି କେତେବେଳେ

ତୁମେ ନେଇଥିଲ ଭିଡି I


ମନ ଖୋଜୁଥିଲା ମୁଠାଏ ମହକ

ତୁମେ ବିଞ୍ଚିଦେଲ ବାସ

ଆଖି ଖୋଲି ଯେବେ ଦେଖିଲି ତୁମକୁ

ମୁହଁରେ ଫୁଟିଲା ହସ I


ମୂକକୁ କରିଲ ବାଚାଳ ଲୋ ସଖୀ 

ପୂର୍ଣ୍ଣକଲ ଶୂନ୍ୟସ୍ଥାନ

ଅଜାଣତେ ମୋର ତୁମ ମନ ସହ

ମିଶାଇ ଦେଲି ମୋ ମନ I

        


Rate this content
Log in

Similar oriya poem from Romance