STORYMIRROR

Bauribandhu Lenka

Classics

2  

Bauribandhu Lenka

Classics

ବୃକ୍ଷଟିଏ ମୁଁ

ବୃକ୍ଷଟିଏ ମୁଁ

1 min
124

ବୃକ୍ଷଟିଏ ମୁଁ ସୃଷ୍ଟି ହୋଇଛି 

ଏହି ଧରଣୀ ପୃଷ୍ଠରେ

ନାନା ଝଡଝଞ୍ଜା ସହି ମଧ୍ୟ ଆଜି

ଠିଆ ହୋଇଛି ଏଠାର


ଯତ୍ନ ମୋର କିଏ ନେଉ ବା ନନେଉ

ନିଜ ଯତ୍ନ ନିଜେ ନିଏ 

ନିଜ ଖାଦ୍ୟପେୟ ପାଇଁ କା ଉପରେ

ନିର୍ଭର ମୋର ନଥାଏ


ଖରା ବରଷା ବା ଶୀତ କାକରକୁ

ନଥାଏ ମୋର ଡର

ନିଜେ କଷ୍ଟ ସହି ଦାନ କରିଥାଏ

ଛାୟା ସହ ଫଳ ମୋର


ମୋ ଡାଳରେ ବସା ବାନ୍ଧି ରହିଛନ୍ତି

ଆସି ନାନା ଜାତି ପକ୍ଷୀ

କାହାରିକୁ ମନା କରିନାହିଁ କେବେ

ସମୟ ରହିଛି ସାକ୍ଷୀ


ଅଙ୍ଗାରକାମ୍ଳ ମୁଁ ଗ୍ରହଣ କରଇ 

ତ୍ୟାଗ କରେ ଅମ୍ଳଜାନ

ପ୍ରାଣୀମାନଙ୍କର ଜୀବନ ଧାରଣ

ପାଇଁ ଏହା ପ୍ରୟୋଜନ


ମଣିଷ ଜାତିର ବହୁ ଉପକାର

କରିଥାଏ ମୁଁ ଜୀବନେ

ହେଲେ ଏ ମଣିଷ ମୋ ପାଇଁଁକି ଦୟା

ରଖେନାହିଁ ଟିକେ ମନେ


ନିଜ ସ୍ୱାର୍ଥ ପାଇଁ ହାଣିନିଏ ଡାଳ

କାଟିନିଏ ମୋର ପତ୍ର

ଅଙ୍ଗଛେଦ ହେଲେ କେତେ କଷ୍ଟ ହୁଏ

ଜାଣେ ଏ ପ୍ରାଣୀ ଜଗତ


କେତେ ବଖାଣିବି ନିଜ ଆତ୍ମକଥା

କହିଲେ ସରିବ ନାହିଁ

କହିଲେ କି ଲାଭ ଦୁଃଖକୁ ଲାଘବ

କରିବାକୁ କେହି ନାହିଁ


ବୃକ୍ଷଭାବେ ଜନ୍ମ ନେଇଛି ଧରାରେ

କରିଯିବି ମୋର କର୍ମ

ହେଉପଛେ ଏଇ ମଣିଷ ଜାତିଟା

ମୋ ପାଇଁକି ନିରିମମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics