STORYMIRROR

Lokanath Rath

Tragedy Classics Inspirational

3  

Lokanath Rath

Tragedy Classics Inspirational

ବୋଉ

ବୋଉ

1 min
249


ବୋଉ ବୋଉ ଡାକ କିଏସେ ଶୁଣିବ,

ସ୍ନେହ ଭରା ହାତ ମୋ ମଥାରେ ରଖିବ,

ତା ପଣତ କାନିରେ ମୋ ଝାଳକୁ ପୋଛିବ,

ମୁହଁ ଦେଖି ମୋ ପେଟ ଭୋକ କୁ ବୁଝିବ,

ଅକୁହା ମନର ବେଦନା ଅବା କିଏସେ ଜାଣିବ,

ହସି ହସି କିଏ ସବୁ କଷ୍ଟ ମୋ ତାରିବ,

ସବୁ କଷ୍ଟ ସହି ମୋ ଖୁସି ପାଇଁ କିଏ ବା ହସିବ?

ସିଏ ପରା ମୋ ବୋଉ ତା ସରି କିଏ ହେବ ?

କେତେ କଷ୍ଟ ସହି ନଅମାସ ମୋତେ ଗର୍ଭ ରେ ରଖିଲା ,

କେତେ କେତେ ଦାରୁଣ ଯନ୍ତ୍ରଣା ରେ ଜୀବ ଦାନ ଦେଲା ,

ମୋ ଜନମ ବେଦନା ବେଳେ ତା ମୁଖେ ହସ ଫୁଟିଥିଲା ,

କେତେ ଦୁଃଖ କଷ୍ଟ ସହି ମୋତେ ଯତନେ ପାଳିଲା ,

ଗୁରୁ ହୋଇ ମୋତେ ପ୍ରଥମେ ସେ ଶିକ୍ଷା ଦେଲା ,

ମୋ ପାଇଁ କେତେ ସେ ପୂଜା ପାଠ କଲା ,

ମୋ ସୁଖ ପାଇଁ କେତେ କେତେ ବ୍ରତ ସେ କରିଲା ,

ମୋ ଜନ୍ମ ରୁ ତା ଯିବା ଯାଏ ସଦା ଅଦାରେ ଡାକିଲା ,

ଯିବା ବେଳେ ମଧ୍ୟ ମୋ ପାଇଁ ସେ ସଭିଙ୍କୁ ତାଗିଦ କରିଲା ,

ସଦା ତା ମୋ ଆଶିଷେ ପଥ ସୁଗମ ହୋଇଲା ,

ଜନମିଲି ତା କୋଳେ,ସେ ମୋ କୋଳେ ଶେଷ ନିଦ୍ରା ନେଲା ,

ପାର୍ଥିବ ଶରୀରେ ଏବେ ନାହିଁ ପାଶେ ମୋ ସେ ଭଲା,

କିନ୍ତୁ ମୋ ମନ ମନ୍ଦିରେ ସେ ଅମୂଲ୍ୟ ରତ୍ନ ପରା ,

ସେ ତ ଅମୂଲ୍ୟ ଅମର ବୁଝି ଏ ମନ ନ ବୁଝିଲା ,

ଆକୁଳେ ହୃଦୟ ଆଜି ମନ ଲେଖନୀ ରୁ କିଛି ଲେଖିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy