STORYMIRROR

Puspanjali Panda

Classics

4  

Puspanjali Panda

Classics

ବୋଉ ଓ ପିଲାଦିନ

ବୋଉ ଓ ପିଲାଦିନ

1 min
306


ପିଲାଦିନ କଥା କହିବସୁଥିଲେ

ବୋଉ କଥା ମୋର ଆଗରେ ଆସେ

ଯାହା ଲାଗି ଆମ ଘର ଟି ସତରେ 

ସ୍ନେହ ଶରଧାରେ ମହକି ବାସେ।


ଶାଗ ମୁଗ ଦେଇ ରାନ୍ଧିଥାଏ ବୋଊ

ବଢିଚୁରା ସହ ପଖାଳ ବାଢେ

ନ ତୁଣ ଛ ଭଜା ଲୋଡା ପଡେ ନାହିଁ 

ନିଦୁଆ ଆଖିରେ ଟ୍ୟୁସନ ବେଳେ।


ମଣ୍ଡାପିଠା ଆଉ ଚିତଉ ଚକୁଳି

ବୋଉ ହାତ ରନ୍ଧାଅମୃତ ସମ

ରାତିରାତି ଜଗି ପାଖେ ଵସିଥିବ

ଜର ରେ ତା ଛୁଆଁ ଯେ ଅନୁପମ।


ବାର ମାସେ ତେର ଓସା ବ୍ରତ କରେ

ଜେଜେ ବୁଢ଼ୀ ମା ଙ୍କୁ ମାରେ ମୁଣ୍ଡିଆ

ବାପାଙ୍କ ରାଗରୁ ବେତ ମାଡ଼ ଠାରୁ

ରକ୍ଷିବାକୁ ସିଏ ଆଗରେ ଠିଆ।


ସୁନାବୋହୁ ହୋଇ ଶାଶୁଘରେ ପାଇଁ

ଚଳିବା ପାଇଁ କି ଦେଇଛି ଶିକ୍ଷା

ବୋଉ ନାହିଁ ଏବେ ଖାଲି ଯାହା ଅଛି 

ତା ଠୁ ପାଇଛି ଜୀବନ ଦୀକ୍ଷା।


ଭୂତ ଫୁତ କିଛି ନାହିଁ କହୁଥାଏ

ତଥାପି ବୋଉକୁ ଜଡେଇ ଧରେ

କଙ୍କି ଧରଣ ମାଆର ମରଣ 

ସତ ଭାବି ମାତେ ଅନ୍ୟ ଖେଳରେ।


ବୋଉକହେ ଖରାବେଳେ ନିତିଦିନ

ପିଲାଚୋର ଆମ ଗାଁ କୁ ଆସେ

ଦି ଆଖିକୁ ନିଦ ଆସୁ କି ନଆସୁ 

ଶେଜରେ ଘୁମେଇ ପଡେ ଶେଷେ।


ଗାଁ ପାଖ ଦୋଳ ବାଦାମ ଚାଉଳ 

ଵଦଳରେ ଆଇସକ୍ରିମ ବିକଇ 

ପୋକଥାଏ କେହି ଖାଅନାହିଁ ତାକୁ 

ବୋଉ କହୁଥାଏମୁହଁ ଫୁଲେଇ।


ବୁଢ଼ୀ ଠାକୁରାଣୀ ଗାଧୋଇଦେବାକୁ 

ନଖିନା ପୁଜାରି ପାଖୁ ଯିବାକୁ

ଅମଙ୍ଗହୋଇଲେ ପାହାର ଖାଇଛୁ 

ଜଗିବସି ଥାଉ ଆମ୍ବ ତୋଟାକୁ।


ବୋଉ ବୁଢ଼ୀ ହେଲା ବାପା ଚାଲିଗଲେ

ବୋଉ ହେଲା ଏବେ ଶାଶୁ କହର

ତା ବୋହୁ ଶାସନ ଦେଖି ଅଭିମାନେ

ବଦଳେଇଦେଲା ମନର ଯୋଅର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics