ବୋଝ
ବୋଝ
ବୋଝ ଏକ ପ୍ରୟାସ ଲାଭର
କର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର,
ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରର
ସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||
ଅସମୟେ ପରିହାସ
ସାଥେ ଥିଲେ ବୋଝ,
ଜୀବନଟା ଶିକ୍ଷାହୀନ
ସାଥ ନଦେଲେ ବୋଝ ||
ବୋଝ ଅଟେ ଭାରାକ୍ରାନ୍ତ
ଅଟେ ସମସ୍ୟାର ବାର୍ତ୍ତା
ବୋଝ ଏକ ପଥପ୍ରାନ୍ତ
ଅଟେ ମନୁଷ୍ୟ ତାର କର୍ତ୍ତା ||
ବେକାର ଯୁବକ ସାଥେ ଚାକିରିର ବୋଝ
ସନ୍ତାନହୀନ ସାଥେ ମାତୃତ୍ଵର ବୋଝ ,
ବର୍ଷା ଦିନେ କୀଟଟିର ଖାଦ୍ୟ ସାଜେ ବୋଝ
କେବେପୁଣି ବାଟୋଇର ଖରା ସାଜେ ବୋଝ ||
ବେପାରୀର ମୁଣ୍ଡବ୍ୟଥା ଜିନିଷ ତା ବୋଝ
କେବେ ପୁଣି ଆଳସ୍ୟରେ ପରିବାର ବୋଝ ,
ହେଉଅଵା ସମସ୍ୟା ହେଉଅଵା ଭୋକ
ମନୁଷ୍ୟର ଚିନ୍ତା ସାଜେ ମାନସିକ ବୋଝ ||
ସ୍ରଷ୍ଟାଙ୍କର ଏ ଅଭିନବ ସୃଷ୍ଟି
ସଂସାର ଲୀଳାରେ କେତେକରେ ବୃଷ୍ଟି ||
ମାନବର ଅହରହ ପ୍ରୟାସ
ହେଲେ ହଟେନାହିଁ ବୋଝ,
ସତେ ଅବା ଅନ୍ତରଙ୍ଗ ବନ୍ଧୁଟିଏ
ଶେଷ ନିଶ୍ୱାସ ଯାଏଁ ସାଥଦିଏ ବୋଝ ||
