Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Abstract Tragedy Others

4.7  

Kadambari Mohakhud

Abstract Tragedy Others

ବୋଝ

ବୋଝ

1 min
249



ବୋଝ ଏକ ପ୍ରୟାସ ଲାଭର

କର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର,

ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରର

ସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||


ଅସମୟେ ପରିହାସ

ସାଥେ ଥିଲେ ବୋଝ,

ଜୀବନଟା ଶିକ୍ଷାହୀନ

ସାଥ ନଦେଲେ ବୋଝ ||


ବୋଝ ଅଟେ ଭାରାକ୍ରାନ୍ତ

ଅଟେ ସମସ୍ୟାର ବାର୍ତ୍ତା

ବୋଝ ଏକ ପଥପ୍ରାନ୍ତ

ଅଟେ ମନୁଷ୍ୟ ତାର କର୍ତ୍ତା ||


ବେକାର ଯୁବକ ସାଥେ ଚାକିରିର ବୋଝ

ସନ୍ତାନହୀନ ସାଥେ ମାତୃତ୍ଵର ବୋଝ ,

ବର୍ଷା ଦିନେ କୀଟଟିର ଖାଦ୍ୟ ସାଜେ ବୋଝ

କେବେପୁଣି ବାଟୋଇର ଖରା ସାଜେ ବୋଝ ||


ବେପାରୀର ମୁଣ୍ଡବ୍ୟଥା ଜିନିଷ ତା ବୋଝ

କେବେ ପୁଣି ଆଳସ୍ୟରେ ପରିବାର ବୋଝ ,

ହେଉଅଵା ସମସ୍ୟା ହେଉଅଵା ଭୋକ

ମନୁଷ୍ୟର ଚିନ୍ତା ସାଜେ ମାନସିକ ବୋଝ ||


ସ୍ରଷ୍ଟାଙ୍କର ଏ ଅଭିନବ ସୃଷ୍ଟି

ସଂସାର ଲୀଳାରେ କେତେକରେ ବୃଷ୍ଟି ||


ମାନବର ଅହରହ ପ୍ରୟାସ

ହେଲେ ହଟେନାହିଁ ବୋଝ,

ସତେ ଅବା ଅନ୍ତରଙ୍ଗ ବନ୍ଧୁଟିଏ

ଶେଷ ନିଶ୍ୱାସ ଯାଏଁ ସାଥଦିଏ ବୋଝ ||


Rate this content
Log in

Similar oriya poem from Abstract