Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Fantasy Inspirational Others

4  

Jayashree Maharana

Fantasy Inspirational Others

ବୋଝ

ବୋଝ

1 min
286


କୋଟି କୋଟି ପୁଣ୍ୟ ଫଳର ସ୍ୱରୂପ

ଧରାଧାମେ ଏ ଜୀବନ

ଜୀବନ ନୁହଁଇ ବୋଝଟିଏ ଜମା

ଈଶ୍ୱରଙ୍କ ବରଦାନ ।


ବରଦାନ ଶ୍ରେଷ୍ଠ ମଣିଷ ଜନମ

ଅବତୀର୍ଣ୍ଣ ଯାତ୍ରାପଥେ

ଯାତ୍ରାପଥ ନିତି ସଂଘର୍ଷରେ ପୂର୍ଣ୍ଣ

ବସିଛି ସଂସାର ରଥେ ।


ରଥରୋହୀ ମୁହିଁ ଜନ୍ମରୁ ସାଜିଛି

ମରଣରେ ଯାତ୍ରା ଶେଷ

ଶେଷ ହେବନାହିଁ ମୋହର କର୍ତ୍ତବ୍ୟ

ଜୀବ ନ ହୋଇଲେ ନାଶ ।


ନାଶ କରିଦେଇ ଆଶା ଅବଶୋଷ

କର୍ତ୍ତବ୍ୟର ବୋଝ ବୋହି

ବୋହି ଚାଲିଥିବି ମୁଣ୍ଡରେ ମୋହର

କେବେ ଭୁଲିଯିବି ନାହିଁ ।


ନାହିଁ ଅବିଶ୍ୱାସ ଆତ୍ମ ଶକତିର

ହାତ କାନ୍ଧ ସାମର୍ଥ୍ୟର

ସାମର୍ଥ୍ୟର ମୂଲ୍ୟ ହସ କାନ୍ଦ ପୂର୍ଣ୍ଣ

 ପରିମାଣ ଯେ ବୋଝର ।



Rate this content
Log in

Similar oriya poem from Fantasy