Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Romance

3.8  

Sabita Nayak

Romance

ବୋଧହୁଏ ବସନ୍ତ ଫେରିଛି

ବୋଧହୁଏ ବସନ୍ତ ଫେରିଛି

1 min
199



ଗାଡିର ଘୁଁ ଘାଁ ଶଦ୍ଦରେ 

ଡରିଯାଇଥିବା କୋଇଲିଟି ଆଜି 

କୁହୁ କୁହୁ କରି 

ମଧୁର କଣ୍ଠରେ ତ ଗାଉଛି 

ସକାଳୁ ସକାଳୁ ମୋତେ 

ନିଦରୁ ଉଠାଇ ଦେଇ 

କହୁଛି ହେଇ ଶୁଣ 

ମୁଁ ଫେରି ଆସିଛି ।


ପାହାନ୍ତି ପହରର ସୁଲୁସୁଲିଆ 

ପବନରେ ଆମ୍ବବଉଳର 

ବାସ୍ନା ସ୍ପଷ୍ଟ ବାରି ହେଉଛି 

ଥକି ପଡିଥିବା ଧରଣୀ ମା' ଆଜି 

ଶାନ୍ତିରେ ନିଃଶ୍ୱାସ ନେଉଛି ।


ପକ୍ଷୀମାନେ କିଚିରିମିଚିରି ଶବ୍ଦରେ 

ସ୍ୱାଗତ କରୁଛନ୍ତି ନୂତନ ସକାଳକୁ 

ଉଷାରାଣୀ ହାଲକା ରଙ୍ଗର

ଲାଲ ଶାଢୀ ପିନ୍ଧି 

ଲାଲ୍ ସବାରୀରେ ଆସୁଛି 

ମୋତେ ଲାଗିଲା ଏତେ ଦିନପରେ 

ବୋଧହୁଏ ବସନ୍ତ ଫେରିଛି ।



Rate this content
Log in

Similar oriya poem from Romance