STORYMIRROR

MADHU MITA

Abstract

3  

MADHU MITA

Abstract

ବନ୍ୟା

ବନ୍ୟା

1 min
11.8K

ହଁ..

ମୁଁ ସେଇ ଅବିଚଳିତ ପାହାଡ଼..

ପଥର ରେ ଗଢା ମୋ ଅବୟବ..

ନିଷ୍ଠୁର.. କଠୋର.. ଅତି .. କୋଠର...


ମୁଁ..

କଣ କେବେ ତୁମ ପରି କାନ୍ଦି ପାରେ

ଏ ବନ୍ଧୁର ଶକ୍ତ ଚକ୍ଷୁ କଣ କେବେ..

ନମନୀୟ କମନୀୟ ବି ହେଇ ପାରେ


ହଁ..

ମୁଁ କାନ୍ଦି ଥାଏ..

ଯଦି ଦେଖେ ଅନ୍ୟାୟ ମୋ ଠୁ କଠିନ ହୁଏ..

ମାନବିକତା ଯଦି ପଥର ପାଲଟି ଯାଏ..

ନରମ ହୃଦୟ ଯଦି କଠୋରତା ରେ ଭରି ଥାଏ..


ହଁ..

ଲୁହ ଝରାଏ ମୁଁ..

ସବୁଜିମା ରେ ଭରା ମୋ ଶରୀର..

ଯେତେବେଳେ କାହାରି ଜୀବନ ନିଏ..

ମୋ ଉଚ୍ଚତା କୁ କେହି.. ଯଦି ଆତ୍ମହତ୍ୟା ପାଇଁ ବାଛି ଥାଏ..


ହଁ..

ଆଖି ମୋ ପୁଣି ଓଦା ହୋଇ ଥାଏ..

ସଂସ୍କାର ଅଭାବୀ ତରୁଣ ତରୁଣୀ ଯଦି କେବେ..

ମୋତେ ଜୈବିକ କ୍ଷୁଧା ନିବାରଣ ପାଇଁ ବାଛି ନିଏ...


ହଁ..

ମୁଁ ଲୁହ ଝରାଇଥାଏ..

ଯଦି ଦେଖେ..ପ୍ରାକୃତିକ ସମ୍ପଦ ଏଡାଇ ଦେଇ..

ମନୁଷ୍ୟ କୃତ୍ରିମତା ଆଗରେ ମୋତେ ବଳି ପକାଏ...

ମୋ ଜଙ୍ଗଲ ଲତା ଧ୍ଵଂସ କରି..ପ୍ରକୃତି କୁ ଖିନ୍ ଭିନ୍ କରି ପକାଏ..


କଣ...

ଆସିଛ ତୁମେ ମୋ ଲୁହ ପୋଛିବାକୁ!!

ଜାଣିଛ ନା.. ମୋ କ୍ରନ୍ଦନ ନ ରୋକିଲେ..

ପ୍ରଳୟ ଜଳ ମାଡ଼ି ଆସିବ.. ଆଉ କୁହ ତେବେ କିଏ..

ସହାୟ ହେବ.. ତୁମକୁ.. ସହାୟ ହେବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract