STORYMIRROR

Bunee Tripathy

Tragedy Others

4  

Bunee Tripathy

Tragedy Others

ବଞ୍ଚିବାର ମୋହ

ବଞ୍ଚିବାର ମୋହ

1 min
237


ପାରୁନାହିଁ ସହି ଦିଅନାହିଁ ମୋତେ

   ଅପମାନ ବାରବାର

ବଞ୍ଚିବାର ମୋହ ଯାଉଅଛି ତୁଟି

   ସଂସାର କ୍ଷଣ ଭଙ୍ଗୁର।


ଭୁଲ ଯଦି ମୁହିଁ କରିଛି ଜାଣିଲ

   ଶାସ୍ତି ତୁମେ ଦିଅ ମୋତେ

ସର୍ବସମ୍ମୁଖରେ ଅଙ୍ଗୁଳି ଦେଖାଇ

   ଲଜ୍ଜିତ କରନା ସତେ।


କହୁଅଛି ମୁହିଁ କରିନାହିଁ ଦୋଷ

   ବିଶ୍ବାସ କରୁନ କାହିଁ

ସାକ୍ଷୀ ଏକା ମୋର ସେହି ଭଗବାନ

   ମିଛସତ ଜାଣିଥାଇ।


ଅପମାନ ଠାରୁ ମାରଣାସ୍ତ୍ର ପରା

   ବିହିର ସୃଷ୍ଟିରେ ନାହିଁ

ସେ ଅସ୍ତ୍ରରେ ଥରେ କଟିଗଲେ ମୁଣ୍ଡ

   ବଞ୍ଚିଥାଇ ମରିବଇଁ।


କୁଟିଳ କଟାକ୍ଷ କ୍ଷତାକ୍ତ କରୁଛି

   ପାରୁନାହିଁ ବଞ୍ଚି ମୁହିଁ

ସବୁଦିନ ପାଇଁ ବିଦାୟ ନେଉଛି

   ପୃଥିବୀ ପୃଷ୍ଠରୁ ମୁହିଁ।


ଚାବୁକ ପ୍ରହାର ଲାଗେଯେତେ କଷ୍ଟ

   ଅପମାନ ଲାଗେ ବେଶି

କୋଣେଅନୁକୋଣେ କ୍ଷିପ୍ର ଗତିକରେ

   ତନୁକୁ ଦିଏ ବିନାଶି।


ଝରେନାହିଁ ଲୁହ ଝରୁଥାଏ ଲହୁ

   ନୟନ କୋଣରୁ ଯେବେ

ଜୀବନଟା ଲାଗେ ବୋଝ ସମ ପରା

    ହତାଶ ହୁଅଇ ତେବେ।


ଅପମାନ ପାଇ ଜଗତେ ଜିଇଁବା

   ନୁହଁଇ ସମ୍ଭବ କେବେ

ମଥାଟେକି ଯେବେ ଚାଲି ନପାରିବ

   କିଲାଭ ବଞ୍ଚିବା ତେବେ।


ସହିହେବ ସବୁ ସମାଜ ଭିତରେ

   ବିପଦ ପଡିଲେ ଯେତେ

ଦୁଃଖ ସୁଖ ନେଇ ଜୀବନର ସୃଷ୍ଟି

   ସଭିଙ୍କୁ ନେଇତ ବିତେ।


କରନାହିଁ କେବେ ଏପରି ତ ତୁମେ

  ଅପମାନେ ଛିଡା ହେବ

ହଳାହଳ ବିଷ ପିଇଯାଅ ପଛେ

  ତାଠାରୁ ଦୁରେ ରହିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy