STORYMIRROR

Tapaswini Sarangi

Abstract Children Stories Tragedy

3  

Tapaswini Sarangi

Abstract Children Stories Tragedy

ବଣ ମଲ୍ଲୀ

ବଣ ମଲ୍ଲୀ

1 min
274


ସୁବର୍ଣ୍ଣ ଭାରତ   ଯୁଗେ ଯୁଗେ ଖ୍ୟାତ

    ହସୁଥିଲା ଯେବେ ସୁଖ ଶାନ୍ତି ରେ

ମୋଗଲ ଶାସନେ  ତା'ର ପ୍ରଜାମାନେ

   ରହିଥିଲେ ଦୁଃଖ ଦୈନ ଭୀତିରେ।।

ଆଉରଙ୍ଗଜେବ    ଅଲମଗିରଙ୍କ 

   ଅତ୍ୟାଚାର ଆଉ ନହୁଏ ସହି

ପ୍ରପୀଡ଼ିତ ପ୍ରଜା  ଯନ୍ତ୍ରଣା ରେ ଭିଜା

   ଡାକିଲା ସ୍ୱରାଜ ହେ ତ୍ରାହି ତ୍ରାହି।।

ପଶ୍ଚିମେ ଶିବାଜୀ  ନବ ସୂର୍ଯ୍ୟ ସାଜି

   ରକ୍ଷା କରୁଥାନ୍ତି ଆମ ସ୍ୱରାଜ

ଗଡ଼ ପରେ ଗଡ଼  ମୋଗଲେ ନିଅନ୍ତି

   ହତାଶ ହୁଅନ୍ତି ଶିବାଜୀ ରାଜ।।

ରାଜଗଡେ ଥାଇ   ପ୍ରସ୍ତୁତ ହୁଅନ୍ତି

   ଆୟତ କରିବେ ଦୁର୍ଗ କୋଣ୍ଢାନା

ସୈନ୍ୟ ସାଜିଲେଣି  ଶସ୍ତ୍ର ରାଜିଲାଣି

   ଆଉ ଡେରି ଏବେ ହୋଇ ପାରେନା।।

କୋଙ୍କଣ ମରାଠା  ସର୍ଦ୍ଦାର ତାନାଜୀ

    ଆଣିଛନ୍ତି ଆଜି ଶୁଭ ସମ୍ବାଦ

ପୁତ୍ର ରାଇବାର   ବିବାହ ଉତ୍ସବ

     ଜାଣି ସେ ନାହାନ୍ତି ସ୍ୱରାଜ ଯୁଦ୍ଧ।।

ଯେବେ ସେ ଶୁଣିଲେ  ତାଙ୍କୁ ହିଁ ଅଛପା

    ରହିଅଛି ଏହି ସ୍ୱରାଜ ଯଜ୍ଞ

ଶିବାଜୀ ରାଜାଙ୍କୁ    ଭେଟିଲେ ସର୍ଦ୍ଦାର

    ବିଭାଠୁ ସ୍ୱରାଜ ବଡହେ ବିଜ୍ଞ।।

କୁହ ତୁମେ ରାଜ   ହସ୍ତ ଥାଉ ଥାଉ

    ମୁଣ୍ଡ କିଏ କେବେ ଆଗକୁ କରେ

ପୁତ୍ର ବିଭାଘର    ପଛକୁ ତ ଥାଉ

   ସ୍ୱରାଜ ଚନ୍ଦନ ମାରିଛି ଶିରେ।।

ଖଣ୍ଡା ତାଙ୍କ ସୋହେ  ବିଜୁଳି ସମାନ

   ଆଖି ସୂର୍ଯ୍ୟ ସହ ଲଢେ଼ଇ କରେ

ଶସ୍ତ୍ରରେ ନିପୁଣ   ସାହସେ ଦ୍ବିଗୁଣ

   ଲଢ଼ିଲେ ଉଦୟଭାନ ସାଙ୍ଗରେ।।

କେଶରୀ ରଙ୍ଗର  ପତାକା ଉଡାଇ

   ଜୟ ଭବାନୀ ଯେ ଡାକରା ଦେଲେ

ମରାଠା ଭୟରେ  ମୋଗଲେ ଥରିଲେ

   ଭୟାନକ ଯୁଦ୍ଧ ସେଠାରେ ଚାଲେ।।

ଘଣ୍ଟା ପରେ ଘଣ୍ଟା   ବିତି ଚାଲୁଥିଲା

    ଦକ୍ଷିଣ ହସ୍ତରେ ଖଣ୍ଡା ବାଜିଲା

ହାତ ସିନା ଯୁଦ୍ଧେ   ବଳି ପଡ଼ିଗଲା

     ରାଜଗଡ ତୋପ ଠାରୁ ବଞ୍ଚିଲା।।

ଉଦୟଭାନକୁ    ତା'ର ତୋପ ସଙ୍ଗେ

   ଦୁର୍ଗ ଉପରୁ ଯେ ଦେଲେ ଗଡେଇ

ହେଲାରୁ ସକାଳ   ଆସିଲେ ଶିବାଜୀ

   ବୀର ତାନାଜୀଙ୍କୁ ନେଲେ କୋଳେଇ।

ବଣମଲ୍ଲୀ ସମ   ଲୁକ୍କାୟିତ ସେ ଯେ

   ପ୍ରତିଭା ତାଙ୍କର ଜନେ ଅଜଣା

ସାହସ ସୁବାସ   ଯୋଦ୍ଧା ସେ ବିଶେଷ

   ଯୁଗେ ଯୁଗେ ବାଜୁ ଥିବ ଯେ ବୀଣା।।

ବଣମଲ୍ଲୀ ପରି   ଅଗୋଚରେ ରହି

   ପ୍ରଚ୍ଛଦପଟର ନାୟକ ସାଜି

ଶିବାଜୀ ରାଜାଙ୍କ   ସହ ତାଳଦେଇ

    ଜିତିଲେ ସେ ପୁଣି ସ୍ୱରାଜ ବାଜି।।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract